
ବାସ୍ତବ ବ୍ୟୁରୋ-ରେଡ ଜୋନ୍ ରୁ ଅଂରେଜ ଜୋନକୁ ଖସିଲା ଭୁବନେଶ୍ୱର । ଅଧିକ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହେବାରୁ ଏହା ହଟସ୍ପଟ୍ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଦୀର୍ଘ ଦିନ ହେବ ଖୋର୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶି କିଛି ନଆସିବାରୁ ଜିଲ୍ଲାକୁ ବର୍ତ୍ତମାନ ରେଡରୁ ଅରେଂଜ ଜୋନରେ ସାମିଲ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ତାଲିକାରୁ ଏହି ତଥ୍ୟ ମିଳିଛି ।

ରାଜଧାନୀରେ ପଜିଟିଭି୍ ମାମଲା ଆସିବା ପରେ ଲକଡାଉନ ସହ, ସଟଡାଉନ ମଧ୍ୟ ଘୋଷଣା କରାଯାଇଥିଲା । ସଂକ୍ରମିତ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ମାତ୍ରା ସଂପୃକ୍ତ ଅଂଚଳରୁ କେହି କରୋନା ଆକ୍ରାନ୍ତ ଚିହ୍ନଟ ନହେବା କାରଣରୁ ସେଠାରୁ ଏବେ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଉଠିବା ସହ ଭୁବନେଶ୍ୱର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ସେହିଭଳି ଖୋର୍ଧା ସମତେ ଅରେଂଜ ଜୋନରେ ସାମିଲ ହୋଇଛି ସୁନ୍ଦରଗଡ, କେନ୍ଦ୍ରାପଡା, କଳାହାଣ୍ଡି , କୋରାପୁଟ, ଢେଙ୍କାନାଳ ଓ ପୁରୀ ଜିଲ୍ଲା ।

ଆଉ ରେଡ ଜୋନକୁ ଯାଇଛି ରାଜ୍ୟର ତିନି ଜିଲ୍ଲା ତଥା ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଅନ୍ୟପଟେ ଓଡିଶାର ୨୧ ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଛି । କରୋନା ସଂକ୍ରମଣକୁ ଆଖିରେ ରଖି ଦେଶର କରୋନା ଆକ୍ରାନ୍ତ ଜିଲ୍ଲାଗୁଡିକୁ ୩ଟି ଜୋନରେ ଭାଗ କରିଛନ୍ତି କେନ୍ଦ୍ର ସରକାର । ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଜିଲ୍ଲାଗୁଡିକ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।ଦେଶର ୧୩୦ ଜିଲ୍ଲା ରେଡ ଜୋନରେ ରହିଥିବା ବେଳେ ୨୮୪ ଜିଲ୍ଲା ଅରେଞ୍ଜ ଜୋନରେ ଏବଂ ୩୧୯ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ତେବେ ପ୍ରତି ସପ୍ତାହରେ କରୋନା ସଂକ୍ରମଣକୁ ଆଖିରେ ରଖି ତାଲିକାରେ ପରିବର୍ତନ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମେ ୩ ତାରିଖରେ ପରିବର୍ଦ୍ଧିତ ଲକ୍ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍ମେଣ୍ଟ୍ ଜୋନ୍ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ ବର୍ଗିକରଣ କରାଯାଇଛି।
ବିଭିନ୍ନ ରାଜ୍ୟର ସରକାର ଓ ମୁଖ୍ୟ ସଚିବମାନଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସମେତ ସମସ୍ତ ମେଟ୍ରୋ ସିଟିକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରିଛନ୍ତି। ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦ ସହରଗୁଡ଼ିକ ମଧ୍ୟ ରେଡ୍ ଜୋନ୍ରେ ରହିଛି।
ନୂତନ ବର୍ଗିକରଣ ଅନୁସାରେ, ୨୮ ଦିନ ପରିବର୍ତ୍ତେ ୨୧ ଦିନ ମଧ୍ୟରେ ନୂଆ ସଂକ୍ରମଣ ନ ଥିବା ଜିଲ୍ଲାଗୁଡ଼ିକୁ ଗ୍ରିନ୍ ଜୋନ୍ ଭାବେ ବିଚାର କରାଯାଇଛି। ସଦ୍ୟ ତାଲିକା ଅନୁସାରେ, ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରିନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି।
