
ବରଗଡ଼୨୩.୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ମହାକାଶ ଦିବସ ପାଳିତ ହୋଇ ଯାଇଛି।
କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଲରମ୍ଭା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିନୟ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରବିନ୍ଦ୍ର କୁମାର ନାଏକ ମଂଚାସୀନ ରହି ମହାଜାଗତିକ ଯାନ ଜୀବନ ଉପରେ ଆଲୋଚନା କରିଥିଲେ। ଲରମ୍ଭା କଲେଜର ଛାତ୍ର ଧର୍ମେନ୍ଦ୍ର ବେହେରାଙ୍କ ଚନ୍ଦ୍ରଯାନ-୩ ର ସଫଳ ରୂପାୟନ ପାଇଁ ସହଯୋଗ ସହ ମହାକାଶ ପାଇଁ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ଉପରେ ଆଲୋକପାତ କରାଯାଇଥିଲା।ଏଥିସହ ଭାରତର ଐତିହାସିକ ଓ ଆଧୁନିକ ଗବେଷଣାର ଜ୍ଞାନକୈାଶଳ ଶ୍ରାବ୍ୟଦୃଶ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।
ଏହା ପରେ ଅଧ୍ୟାପକ ମୁକେଶ ଧାନୁକା ଡଃ ସୁବଳ ରଂଜନ ସାହୁ ଓ ସତ୍ୟବ୍ରତ କର୍ଣ୍ଣ ଙ୍କ ତତ୍ତ୍ବାବଧାନ ରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଚାରକ ଭାବରେ ଅଧ୍ୟାପକ ହେମନ୍ତ ପ୍ରଧାନ,ଅଧ୍ୟାପିକା ରୁଚିତା ମାଝି ଯୋଗ ଦେଇ ଗଗନ,ପ୍ରଜ୍ଞାନ ଓ ବିକ୍ରମ ଦଳକୁ ବିଜେତା ଘୋଷଣା କରିଥିଲେ।ଏଥି ସହ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ ଅଛି।ଶେଷରେ ଅଧ୍ୟାପିକା ଚାନ୍ଦିନୀ ସା ଧନ୍ୟବାଦ ଦେଇଥିବା ବେଳେ ବିଦେଶୀ ଛନ୍ଦ ସହଯୋଗ କରିଥିଲେ।