ମହିଳାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ବିଜେଡି ଉଦାହରଣ ସୃଷ୍ଟି କରିଛି…

  • ବାଚସ୍ପତିଙ୍କୁ ଅସମ୍ମାନ ଅଭିଯୋଗ ଭିତ୍ତିହୀନ: ବିଜେଡି
  • ରାଜ୍ୟର ପ୍ରଥମ ମହିଳା ବାଚସ୍ପତିଙ୍କୁ ବିଜେପି ବିଧାୟକ ଅସମ୍ମାନ ପ୍ରଦର୍ଶନ କରିଥିଲେ
  • ମହିଳାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ବିଜେଡି ଉଦାହରଣ ସୃଷ୍ଟି କରିଛି

ଭୁବନେଶ୍ବର(ନି.ପ୍ର): ବିଜୁ ଜନତାଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ଶ୍ରୀମତୀ ସୋଫିଆ ଆଲମ ବାଚସ୍ପତିକୁ ଅସମ୍ମାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି I

ଶ୍ରୀମତୀ ସାହୁ କହିଥିଲେ, ଆଜି ବିଜେପିର ରାଜ୍ୟ ସଭାନେତ୍ରୀ ଐଶର୍ଯା ବିଶ୍ବାଳଙ୍କ ଦ୍ବାରା ବିଧାନସଭରେ ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସମୟରେ ବାଚସ୍ପତି ସୁରମା ପାଢି ମହୋଦୟାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ I ବିଜେପି ଦ୍ବାରା ମହିଳାଙ୍କୁ ସମ୍ମାନ ପ୍ରଦାନ ନାମରେ ସ୍ବର ଉତ୍ତୋଳନ କରିବା ସୈତାନର ବେଦପାଠ ସଦୃଶ୍ଯ

ବିଜେପି କିଭଳି ଭାବେ ମହିଳାଙ୍କୁ ସମ୍ମାନ ଦିଏ, ତାହା ଓଡ଼ିଶାବାସୀ ବେଶ ଭଲ ଭାବରେ ଜାଣନ୍ତି I ଗତ ସରକାରଙ୍କ ସମୟରେ ବରିଷ୍ଟ ବିଜେଡି ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ବ ନେଇଥିଲେ I ସେହି ସମୟରେ, ବିଜେପିର ବିଧାୟକ ମାନେ ତାଙ୍କ ଉପରକୁ ଡାଲି ଫିଙ୍ଗି ଅସମ୍ମାନିତ କରିଥିଲେ I ବିଜେପିର ମହିଳା ସମ୍ମାନ ତାଙ୍କର ବିଧାନ ସଭା ଓ ଲୋକସଭା ଟିକେଟରୁ କେତେ ପ୍ରତିଶତ ମହିଳାଙ୍କୁ ଟିକେଟ ଦିଅନ୍ତି, ସେଥିରୁ ସ୍ପଷ୍ଟ ବାରି ହୁଏ I ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଶ୍ରୀମତୀ ମମତା ମହାନ୍ତଙ୍କ ନାମ ଘୋଷଣା ହେବା ପରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କଲେ । କିନ୍ତୁ ତାର କିଛି ସମୟ ପରେ ତାଙ୍କରି ଦଳର ଆଉ ଜଣେ ନେତା ମଧ୍ୟ ସମାନ ଆସନ ପାଇଁ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିବା କଣ ବିଜେପିର ମହିଳାଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀମତୀ ସାହୁ କଟାକ୍ଷ କରିଥିଲେ I

ସେହିପରି, ଶ୍ରୀମତୀ ଆଲମ କହିଥିଲେ, ବିଜୁ ଜନତା ଦଳ ବାଚସ୍ପ ମହୋଦୟଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରଖୁଛି । ସମ୍ପ୍ରତି ଏକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ଏକ ଦାୟିତ୍ଵ ସଂପର୍ଣ୍ଣ ବିରୋଧୀଦଳ ଭାବେ ବିଜୁ ଜନତା ଦଳର ବିଧାୟକ ମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହି ପ୍ରସଙ୍ଗକୁ ଗୃହରେ ଉଠାଇବା ସଙ୍ଗେ ସଙ୍ଗେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ସେୟାର କରନ୍ତୁ

Next Post

ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Sun Aug 25 , 2024
ବାସ୍ତବ ବ୍ୟୁରୋ: ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ପୁରୀଠାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶାର ମୁଖ୍ୟ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ସୂଚନାନୁଯାୟୀ, ରାଜ୍ୟରେ ‘ସୁଭଦ୍ରା’ […]

You May Like

Pin It on Pinterest