ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାସ୍ତବ ବ୍ୟୁରୋ: ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ପୁରୀଠାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶାର ମୁଖ୍ୟ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ।

ସୂଚନାନୁଯାୟୀ, ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ଜାରି ହୋଇଛି ଏସ୍ଓପି । ରାଜ୍ୟ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏ ସଂପର୍କରେ ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ୫୫,୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ। କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ।

ସେୟାର କରନ୍ତୁ

Next Post

ବରିଷ୍ଠ ନାଗରିକ ସଂଘ ବରଗଡ଼ ଆନୂକୁଲ୍ୟରେ କବିତା ପାଠୋତ୍ସବ...

Mon Aug 26 , 2024
ବରଗଡ଼୨୫.୮(ନବୀନ କୁମାର ଦାଶ):ରବିବାର ଦିନ ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟ ଠାରେ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି।ବରିଷ୍ଠ ନାଗରିକ ସଂଘ ଉପସଭାପତି ଗୈାନ୍ତିଆ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମଧୁଛନ୍ଦା ସାହୁ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ଏବଂ ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ଶାନ୍ତି ସୁନା -ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବରଗଡ଼ ଯୋଗ ଦେଇ ଏହି […]

You May Like

Pin It on Pinterest