
ବରଗଡ଼-୨୮/୮(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବିଜେଡି ସ୍ଥାନୀୟ ବ୍ଳକ ଅଫିସ ଛକରେ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭକାର୍ଯ୍ୟ ଆରମ୍ଭ କରିଥିଲେ।ବରିଷ୍ଠ ବିଜେଡି ନେତା ଉର୍କୁଳୁ ସାହୁଙ୍କ ସଭାପତିତ୍ୱ ତଥା ଏନଏସି ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ପରିଚାଳନାରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଞ୍ଚାସିନ ରହି ବିଜେପି ଦେଇଥିବା ପ୍ରତିଶ୍ରୁତି ସମ୍ପୁର୍ଣ୍ଣ ମିଥ୍ୟା ବୋଲି ସମାଲୋଚନା କରିବା ସହ ମହିଳାଙ୍କ ପାଇଁ ପ୍ରତିଶ୍ରୁତି ଦେଇ ଥିବା ସୁଭଦ୍ରା ଯୋଜନା,ବିଜୁଳି ବିଲ ୩୦୦ ୟୁନିଟ ମାଗଣା,ଭତ୍ତା ୩୦୦୦, ଧାନର ଏମଏସପି ୩୧୦୦ ଭଳି ଯୋଜନା ଆଜି ପର୍ଯ୍ୟନ୍ତ ବିଜେପି ସରକାର କାର୍ଯ୍ୟକାରୀ କରି ନାହାନ୍ତି ବୋଲି ଖୋଭ ପ୍ରକାଶ କରିଥିଲେ।
ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ଜିଲ୍ଲା ସଭାପତି ଜାପାନ ମହାପାତ୍ର,ଆରଏମସି ଉପ ଅଧ୍ୟକ୍ଷ ସୁବାଷ ହୋତା,ଏନଏସି ଅଧ୍ୟକ୍ଷତାରେ ବନମାଳୀ ବରିହା,ବ୍ଳକ ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକ,ଉପ ଅଧ୍ୟକ୍ଷ ଅନନ୍ତ ମେହେର,ଆରସିଏମ ଏସ ସଭାପତି ରୀତା ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁଦାମ ଜାଲ,ଶମ୍ଭୁ ସେଟ,ମମତା ପ୍ରଧାନ,ସମିତି ସଭ୍ୟ ଅର୍ଜୁନ ବିଭାର,ଭରତ ବେହେରା, ସୁନନ୍ଦା ମେହେର ପ୍ରମୁଖ ବିଜେଡି ସରକାରଙ୍କ ଯୋଜନା ଓ ବିଜେପି ସରକାରଙ୍କ ଯୋଜନାରେ ରହିଥିବା ପାର୍ଥକ୍ୟ ବିଷୟରେ ମତାମତ ରଖି ଥିଲେ।ଟଙ୍କ ଦାଶ,ଗଣେଶ ସାହୁ, ମନୋଜ ସୁନା,ବିଦ୍ୟାଧର ପାଇକ, ମକୁନ୍ଦ ନାଏକ, ପ୍ରମୂଖ ବିଜେଡି କର୍ମୀ ମାନେ ସଂଯୋଜନାରେ ସହଯୋଗ କରିଥିଲେ।ସରପଞ୍ଚ,ସମିତି ସଭ୍ୟ ସଭ୍ୟା,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ, ସମେତ ଚାଷୀ,ହିତାଧିକାରୀ,ମହିଳା ସାମିଲ ହୋଇଥିଲେ।ସକ୍ରିୟ ବିଜେଡି କର୍ମୀ ପ୍ରଶାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।