ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ବରୀ ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ଗେଡି…

ଭୁବନେଶ୍ୱର(ନି.ପ୍ର): ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ବର ଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡିଙ୍କ ସହ ଅନେକ ସରପଞ୍ଚ ଓ ସମିତିସଭ୍ୟ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ, ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବରିଷ୍ଠ ଗଣମାଧ୍ଯମ ସଂଯୋଜକ ପ୍ରତାପ ଜେନା ଓ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା ବରୀ ବ୍ଲକ ଅଧ୍ଯକ୍ଷ ଅଶୋକ କୁମାର ଗେଡିଙ୍କୁ ଶ୍ରୀମତୀ ମଲ୍ଲିକ, ଶ୍ରୀ ଦେବ, ଶ୍ରୀ ଜେନା ଓ ଶ୍ରୀ ମଲ୍ଲିକ ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିଜେପି ସାରା ଓଡ଼ିଶାରେ ପ୍ରଲୋଭନ ଦେଖାଇ ଓ କ୍ଷମତାର ଦୂରୁପଯୋଗ କରି ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେବାକୁ ଚେଷ୍ଟା କରୁଛି । ଆଜି ଅଶୋକ ଗେଡିଙ୍କ ଯୋଗଦାନ ଫଳରେ ବିଶେଷକରି ବରୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀମତୀ ମଲ୍ଲିକ, ଶ୍ରୀ ଦେବ, ଶ୍ରୀ ଜେନା ଓ ଶ୍ରୀ ମଲ୍ଲିକ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ବରୀ ବ୍ଲକର ବିକାଶ ପାଇଁ ବିଜେପି ଯାଇଥିଲି । ଗତ ୧୧ ଦିନ ଭିତରେ ବିକାଶର କୌଣସି ବାସ୍ତବତା ଅନୁଭବ କରିପାରିଲି ନାହିଁ । ବିଜେପିରେ ଖାଲି ଭାଷଣବାଜି ଓ ମିଛ ପ୍ରତିଶ୍ରୁତି ଛଡ଼ା ଆଉ କିଛି ପାଇଲିନି। ତେଣୁ ମୁଁ ପୁଣିଥରେ ବିଜେଡିକୁ ଫେରିଆସିଲି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଗ୍ରହଣ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତ‌ଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି କ୍ଷମତାର ଦୂରୁପଯୋଗ କରି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡିଙ୍କୁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ପ୍ରଲୋଭନ ଦେଖାଇ ଓ ବିଭିନ୍ନ ପ୍ରକାର ଧମକ ଦେଇ ଦଳରେ ମିଶାଇ ବାହାବା ନେବାକୁ ଚେଷ୍ଟା କରିଥିଲା ବିଜେପି । ସେ କଥା ଆଜି ଫସର ଫାଟିଯାଇଛି । ବରୀ ବ୍ଲକ ବିକାଶ କଥା ଚିନ୍ତା ନ କରି ବିଜେପି କର୍ମୀ କିଭଳି ଫାଇଦା ପାଇବେ ସେନେଇ ଯୋଜନା କରିଥିଲା ବିଜେପି । ଅଶୋକ କୁମାର ଗେଡି ଏହା ଜାଣିପାରିବା ପରେ ପୁଣି ବିଜେଡି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରି ଦଳକୁ ଫେରିଆସିଛନ୍ତି ।

ସେୟାର କରନ୍ତୁ

Next Post

ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରର ନୂଆଁଖାଇ ଭେଟି,ବରଗଡ଼-ନୂଆପଡ଼ା ରେଳପଥ କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

Wed Aug 28 , 2024
ବରଗଡ୨୮/୮(ନବୀନ କୁମାର ଦାଶ):ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି।ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ। ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ମନ୍ତ୍ରୀ କହିଛନ୍ତି ଯେ,୧୩୮ କିଲୋମିଟରର ଏହି ରେଳପଥ ପାଇଁ ୨୯୨୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ସେହିପରି ଏହି ପ୍ରକଳ୍ପ […]

You May Like

Pin It on Pinterest