ରାସନ କାର୍ଡକୁ ନେଇ ବଡ଼ ଖବର: E-KYC ନକଲେ କଟିଯିବ କାର୍ଡ ….

ଭୁବେନଶ୍ବର(ନି.ପ୍ର):ଯେଉଁମାନେ ଏକ ମାସ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି । ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ।

ତେବେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରାସନ କାର୍ଡ ପାଇଁ E-KYC ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E-KYC ଏକ ସମ୍ବେଦନଶୀଳ ପ୍ରସଙ୍ଗ । E-KYC କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର । ନୂଆ ଆବେଦନକାରୀ E-KYC କରିନଥିଲେ ସେମାନଙ୍କୁ ରାସନ କାର୍ଡ ମିଳିବ ନାହିଁ।

ତେବେ ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ସରକାରଙ୍କ ଲକ୍ଷ ରହିଛି ।

ସେୟାର କରନ୍ତୁ

Next Post

ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଲଢୁଛି...

Wed Aug 28 , 2024
କୋରେସ୍ ଉପାସୀ(ନବରଙ୍ଗପୁର): ଉତ୍କଳ ସାମ୍ବାଦିକ ସଂଘ ସାମାଜିକ ସୂରକ୍ଷା ପାଇଁ ଲଢୁଛି। ରାଜ୍ୟସରକାରଙ୍କ ନିକଟରେ ସାମ୍ବାଦିକ ସମସ୍ୟାକୁ ନେଇ ଉପସ୍ଥପନ କରିଛି । ଏହାକୁ ନେଇ ବିଧାନସଭାରେ ଆଲୋଚନା ହେଉଛି। ଏହା କହିଛନ୍ତି ନବରଙ୍ଗପୁର ଠାରେ ଆୟୋଜିତ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନର ପ୍ରଥମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସଭାପତି ବିଭୂତି ଭୂଷଣ କର l ସେ କହିଛନ୍ତି, ଆଗାମୀ ଦିନରେ ଓଡିଶାରେ ସାମ୍ବାଦିକ […]

You May Like

Pin It on Pinterest