ଛାତ୍ର ଜୀବନରେ ଆଧ୍ୟାତ୍ମିକତାର ଗୁରୁତ୍ଵ…

ବରଗଡ଼୨/୯(ନବୀନ କୁମାର ଦାଶ):ସୋମବାର ଦିନ ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଆଧ୍ୟାତ୍ମିକ ସଚେତନତା ଉପରେ ଏକ କାର୍ଯ୍ୟ କ୍ରମ ଅଧ୍ୟକ୍ଷ ସରୋଜ ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି।ଏଥିରେ ଦିଲ୍ଲୀ ଇସ୍କନ ର ପ୍ରଚାରକ ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଛାତ୍ରଛାତ୍ରୀ ଓ କଲେଜର ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଧ୍ୟାତ୍ମିକଡା ଅତ୍ୟନ୍ତ ଜରୁରୀ ବୋଲି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ।

ବର୍ତମାନ ଛାତ୍ର ଜୀବନରେ ଯେଉଁ ସମସ୍ୟା ର ସମ୍ମୁଖୀନ ହୋଇ ପଥଭ୍ରଷ୍ଟ ହେଉଛନ୍ତି ତାହା କେବଳ ଆଧ୍ୟାତ୍ମିକ ସଚେତନ ତା ଦ୍ଵାରା ସମାଧାନ ହୋଇ ପାରିବ ବୋଲି ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଉଦବୋଧନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଇସ୍କନ ପ୍ରଚାରକ ସୁ ମଧୂର ଦାଶ,ଶୁକାନ୍ତ ଦାଶ, ଅଭିଜିତ ପ୍ରତିହାର,ଶୁଶାନ୍ତ ଦାଶ,ଗୀତାଞ୍ଜଳି ନାୟକ,ଭାଗ୍ୟସିନୀ କ୍ଷେତି,ଜୟନ୍ତୀ ଦାଶ,ଅକ୍ଷୟ ପ୍ରଭୁ, ଉମାକାନ୍ତ ପ୍ରଭୁ,ସୁମିତ ପ୍ରଭୁ,ଆରୂଷୀ ଗୈାର ନାଏକ ଆଦି ଯୋଗଦେଇ ଥିଲେ।ଅଧ୍ୟାପିକା ନମିତା ବିଶୀ ଅତିଥି ପରିଚୟ ପ୍ରଦାନ କରି ଥିବାବେଳେ ଅଧ୍ୟାପକ ଅଶୋକ ବେହେରା କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ବରଗଡ ଜିଲ୍ଲା ବିଜେପୁରରୁ ଗଡିଲା ଡେଙ୍ଗୁ ସଚେତନତା ରଥ....

Mon Sep 2 , 2024
ବରଗଡ଼୨/୯(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରୁ ଡେଙ୍ଗୁ ସଚେତନତା ରଥ ଗଡିବା ଆରମ୍ଭ ହୋଇଯାଇଛି। ଏପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା.ସୁଶାନ୍ତ ମେହେର ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୧୪ ଗୋଟି ସବସେଣ୍ଟର ଅଧିନସ୍ଥ ସମୁଦାୟ ୧୧୯ ଖଣ୍ଡ ଗ୍ରାମକୁ ଏହି ଡେଙ୍ଗୁ ସଚେତନତା ରଥ ଯିବା ସାଙ୍ଗକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ […]

You May Like

Pin It on Pinterest