
ବରଗଡ଼୨/୯(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରୁ ଡେଙ୍ଗୁ ସଚେତନତା ରଥ ଗଡିବା ଆରମ୍ଭ ହୋଇଯାଇଛି। ଏପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା.ସୁଶାନ୍ତ ମେହେର ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୧୪ ଗୋଟି ସବସେଣ୍ଟର ଅଧିନସ୍ଥ ସମୁଦାୟ ୧୧୯ ଖଣ୍ଡ ଗ୍ରାମକୁ ଏହି ଡେଙ୍ଗୁ ସଚେତନତା ରଥ ଯିବା ସାଙ୍ଗକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମାଇକ ଯୋଗେ ଓ ପ୍ରଚାରପତ୍ର ବଣ୍ଟନ କରାଯାଇ ଜନସଚେତନତା ଏହାର ମୂଳଲକ୍ଷ୍ୟ ବୋଲି ଗୋଷ୍ଠୀ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା.ମେହେର ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।ବ୍ଲକ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଚରଣ ପାଣିଗ୍ରାହୀ କିଭଳି ଭାବେ ମଶା ଡିମ୍ବ ଦେଇ ତାର ବଂଶ ବିସ୍ତାର କରି ଚାଲିଛି ତାହାରି ଉପରେ ଆଲୋକପାତ କରିଥିଲେ।
ତତସଙ୍ଗେସଙ୍ଗେ ପାଣି ଜମୁଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ପାଣିଟାଙ୍କି, ପୁରୁଣା ଅବ୍ୟବହୃତ ଟାୟାର,କୁଲର୍, ପରିତ୍ୟକ୍ତ ବ୍ୟବହୃତ ପାତ୍ର,ପୁରୁଣା ହାଣ୍ଡି କୁଡୁଆ, ପରିତ୍ୟକ୍ତ ପଇଡ ଖୋଳପା,ଘର ଓ ଆଖପାଖରେ ଥିବା ଖାଲୁଆ ସ୍ଥାନ,କଟା ହୋଇ ପଡିଥିବା ବାଉଁଶ ମୂଳ, ଖଣ୍ତ ଖଣ୍ତ ଫୁଲ ଗମଲା ଇତ୍ୟାଦି ରେ ମଶା କିପରି ତାର କାୟା ବିସ୍ତାର କରେ ତାହାରି ଉପରେ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରାଞ୍ଜଳ ଭାବେ ଉପସ୍ଥିତ ଜନସାଧାରଣ ତଥା ସମସ୍ତ ଆଶା ଦିଦି ମାନଙ୍କୁ ବୁଝାଇଥିଲେ।ଏ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ କବିତାଞ୍ଜଳୀ ଦାସ,ବ୍ଲକ ନୋଡାଲ ଲେଫ୍ରୋସି ସୁପରଭାଇଜର ଅମିତ କୁମାର ସାହୁ,ଭିଏସ କ୍ଲାର୍କ କୁମର ସାହୁ, ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ଦେବାଶିଷ ଦେବତା,ଏକାଉଣ୍ଟେଣ୍ଡ ବାଲ ଗୋପାଳ ପଣ୍ଡା, ବରିଷ୍ଠ ଚକ୍ଷୁ ଚିକିତ୍ସାଧିକାରୀ ସୁରେଶ ଚନ୍ଦ୍ର ଦାସ,କ୍ଷେତ୍ରବାସୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



