ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ସ୍ଵଚ୍ଛାକୃତ ରକ୍ତଦାନ ଶିବିର…

ବରଗଡ଼:-୯.୯(ନବୀନ କୁମାର ଦାଶ)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗି ବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେ ଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।

ଏହି ଶିବିରକୁ ପଦମପୁର ର ବିଶିଷ୍ଟ ସମାଜସେବୀ ନିରୋଜ ଦୋରା ଓ ମାଗଣା ସ୍ବାସ୍ଥ୍ୟ ଶିବିରକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତେଜରାଜ ସାହୁ ଫିତା କାଟି ଶୁଭାରମ୍ଭ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ମେହେର,ଡାକ୍ତର ରାମଚନ୍ଦ୍ର ମେହେର,ନିଷ୍ଠା ପରିବାର ର ଉପ ଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଓ ସମାଜ ସେବୀ ରାଜ ସିଂହ ଯୋଗଦେଇ ଥିଲେ।ବର୍ତ୍ତମାନ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ସଙ୍କଟ ରହିଥିବା ବେଳେ ଆଜିର ରକ୍ତଦାନ ଶିବିର ରୁ ପଦମପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବ ମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଏକ ନିଆରା ଢଙ୍ଗ ରେ ନୂଆଁଖାଇ ଓ ଗଣେଶ ପୂଜା ପାଳନ କରିଥିବାରୁ ଅତିଥି ମାନେ ଖୁବ ଖୁସି ହେବା ସହ ସମସ୍ତ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ କୁ ବିର୍ସା ଏଥେଲେଟିକ ଆସୋସିଏସନ୍ ର ସଭାପତି ଆଜାଦ ଦାଶ,ସମ୍ପାଦକ ଗୁରୁଦେବ ମେହେର, ବିଜେ ମେହେର,ଉମେଶ ଅଗ୍ରୱାଲ, ସୁରେଶ ମେହେର,ପପ୍ପୁ ମେହେର, ଆଶିଷ ବେହେରା,ସୁମନ୍ତ ମେହେର ରାଜୀବ ଦାଶ ଅନ୍ୟ ସଦସ୍ୟ ଙ୍କ ସହ ନିଷ୍ଠା ପରିବାର ର ମହିଳା ଶାଖା ମୁଖ୍ୟ ତ୍ରିପୁରା ସୁହୂଳା,ସୂତପା ଗଡତିଆ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଭୋଲା ନାଥ ସାହୁ,ରାତ୍ର ପ୍ରଧାନ ଓ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ।

ପରିଶେଶ ରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ବିର୍ସା ଏଥେଲେଟିକ ଆସୋସିଏସନ୍ କୁ ଏକ ଉପଢୌକନ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସେୟାର କରନ୍ତୁ

Next Post

୧୫ରୁ ଓଡ଼ିଶାରେ ଗଡିବ ୩ଟି ନୂଆ ବନ୍ଦେ ଭାରତ...

Tue Sep 10 , 2024
ବାସ୍ତବ ବ୍ୟୁରୋ: ଆସନ୍ତା ୧୫ରୁ ଓଡ଼ିଶାରେ ଗଡିବ ୩ଟି ନୂଆ ବନ୍ଦେ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ […]

You May Like

Pin It on Pinterest