ବାସ୍ତବ ବ୍ୟୁରୋ: ଆସନ୍ତା ୧୫ରୁ ଓଡ଼ିଶାରେ ଗଡିବ ୩ଟି ନୂଆ ବନ୍ଦେ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ସବୁ ଷ୍ଟେସନରେ ରହିପାରେ ବନ୍ଦେ ଭାରତ!
ଟାଟା-ବ୍ରହ୍ମପୁର ବନ୍ଦେ ଭାରତ: ବାଂଶପାଣି, କେନ୍ଦୁଝରଗଡ଼, ହରିଚନ୍ଦନପୁର, ଯଖପୁରା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବାଲୁଗାଁ, ବ୍ରହ୍ମପୁର
ରାଉରକେଲା-ହାୱଡା ବନ୍ଦେ ଭାରତ : ହାୱଡା, ଖଡ଼ଗପୁର, ଟାଟାନଗର, ଚକ୍ରଧରପୁର ଓ ରାଉରକେଲା
ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ: ଖରିଆର ରୋଡ଼, କଣ୍ଟାବାଞ୍ଜି, ଟିଟିଲାଗଡ, ରାୟଗଡା
ସୂଚନାନୁଯାୟୀ, ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ବିଧାନସଭା କାର୍ଯ୍ୟାଳୟ ପରିସରରେ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହେବାକୁ ଥିବା ବନ୍ଦେ ଭାରତ ଟ୍ରେନ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୧୫ତାରିଖରେ ସମଗ୍ର ଦେଶରେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏଥିରୁ ଓଡ଼ିଶାରେ ୩ଟି ନୂଆ ଟ୍ରେନ ଚଳାଚଳ କରିବ ।