
କଟକ(ସଂଜୟ ଶତପଥୀ):୨୧/୯-ବିକଶିତ ଓଡିଶାର ସ୍ବପ୍ନ ଦେଖୁଥିବା ଓଡିଶା ନବନିର୍ମାଣ ବିକାଶମଞ୍ଚର କେନ୍ଦ୍ରୀୟ ସଭାପତି ତଥା ରେଭେନ୍ସା କଲେଜର ପୂର୍ବତନ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସଙ୍କୁ ସମାଜସେବା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ପବିତ୍ର ଅନନ୍ତବ୍ରତ ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ ପ୍ରଫେସର ଡକ୍ଟର ଦାସଙ୍କୁ ଉପାୟନ, ପୁଷ୍ପଗୁଚ୍ଛ ଓ ମିଠା ପ୍ୟାକେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ କ୍ଲବର ଉପଦେଷ୍ଟା ତଥା ବରିଷ୍ଠ ମୁରବୀ ପ୍ରସନ୍ନ କୁମାର ତ୍ରିପାଠୀ, ଆବାହକ ସୁବାସ ଦାସ, ସଭାପତି ବିମ୍ବାଧର ମହାପାତ୍ର ଓ ସମ୍ପାଦକ ଗଣେଶ ଦାସ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ସମ୍ବର୍ଦ୍ଧନାରେ ସହଯୋଗ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଜଣେ ବହୁମୁଖୀ ପ୍ରତିଭା ଭାବେ ରାଜ୍ୟର ବହୁବିଧ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।ଡକ୍ଟର ଦାସ ତାଙ୍କ ପ୍ରତିକ୍ରିୟାରେ କ୍ଳବର ଉତ୍ତୋରତର ଉନ୍ନତି କାମନା କରିବା ସହିତ ନିଜର କୃତଜ୍ଞତା ଜଣାଇ ଏକ ବିକଶିତ ଓଡିଶା ଗଠନରେ ଯୁବସମ୍ପ୍ରଦାୟ ଭାଗିଦାର ହେବା ପାଇଁ ପରାମର୍ଶ ଦେଇଥିଲେ ।