କଟକ ର ପ୍ରସିଦ୍ଧ ଘାଣ୍ଟ ସହ ଭାଇଚାରା ବାଣ୍ଟିଲା ବନ୍ଧବାଶେଳୀ କ୍ଲବ….

ସଂଜୟ ଶତପଥୀ(କଟକ): କଟକ ର ବହୁ ପୁରାତନ ଯୁବ ସଂଗଠନ ବନ୍ଧବାଶେଳୀ କ୍ଲବ ପକ୍ଷରୁ କ୍ଲବ ପରିସରରେ ଶ୍ରୀ ବୁଢା ଗଣେଶଙ୍କ ନିକଟରେ ପବିତ୍ର ଘାଣ୍ଟ ଭୋଗ ଲାଗି,କଟକିଆ ଙ୍କୁ ବଣ୍ଟନ କରାଯାଇଥିଲା।ଏହା କଟକ ର ଭାଇଚାରା କୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ସଂଗଠନ ର ପ୍ରୟାସ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଟକ ସହରର ବରିଷ୍ଠ ମୂରବୀ ଶ୍ରୀ କବୀନ୍ଦ୍ର ସାହୁ, ଶ୍ରୀ ନିବାସ ମିଶ୍ର, ଶ୍ରୀ ବାବୁ ସିଂ, ଶ୍ରୀ କାଶୀନାଥ ମଲ୍ଲିକ, ହିନ୍ଦୁ ସେନା ର ରାଜ୍ୟ ସଭାପତି ଶ୍ରୀ ଦେବାଶିଷ ରାଉତ,ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦପତ୍ର “ପୃଷ୍ଠଭୂମି”ର ସମ୍ପାଦକ ଶ୍ରୀ କୈଳାସ ଜେନା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଶ୍ରୀତମ ଦାସ ଓ “ବାସ୍ତବ ପ୍ରାର୍ଥନା ଟିଭି” ର କଟକ ଜିଲ୍ଲା ପ୍ରତିନିଧି ଶ୍ରୀ ସଞ୍ଜୟ କୁମାର ଶତପଥୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କୁ ଆଧ୍ୟାତ୍ମିକ ଚେତନାର ଦିଗଦର୍ଶକ ଭାବେ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ବର୍ଣ୍ଣାଢ଼୍ୟ ସମାରୋହକୁ ଶ୍ରୀମଦ୍ଭାଗବଦ୍ ପୁନରୁଦ୍ଧାର କମିଟି ର ସମ୍ପାଦକ ପଣ୍ଡିତ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ପରିଚାଳନା କରିଥୂଲେ। ଏହି କାର୍ଯ୍ୟକ୍ରମରେ ବନ୍ଧବାଶେଳୀ କ୍ଲବ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କର ଭୂମିକା ଅଭିନନ୍ଦନୀୟ ବୋଲି ଆମନ୍ତ୍ରିତ ଅତିଥି ମାନେ ମତପ୍ରକାଶ କରିବା ସହ କ୍ଲବ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ସେୟାର କରନ୍ତୁ

Next Post

ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ....

Fri Sep 27 , 2024
ସଂଜୟ ଶତପଥୀ(କଟକ): କଟକ ର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିସରରେ ଥିବା ମଧୁସୂଦନ କକ୍ଷରେ ମହାସମାରୋହରେ ମହାବିଦ୍ୟାଳୟର ମାନନୀୟା ଅଧ୍ୟକ୍ଷା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼ଃ ସେକ୍ କଲିମୁଲ୍ଲା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ର ଅଧୂକାରିଣୀ ଡାକ୍ତର ଶ୍ରୀମତୀ ଯୋଗମାୟା ପଣ୍ଡା ଅତିଥି […]

You May Like

Pin It on Pinterest