ଆଜିଠାରୁ ଲକ୍ ଡାଉନ୍ ନିୟମରେ ପରିବର୍ତ୍ତନ…

ବାସ୍ତବ ବ୍ୟୁରୋ– ଲକଡାଉନ୍ ବଳବତ୍ତର ଥିବାବେଳେ ଆଜି କିଛି ନିୟମରେ ପରିବର୍ତ୍ତନ ହୋଇଛି । ମେ ୧ ରୁ ନୂତନ ନିୟମ କାର୍ଯ୍ୟକାରୀ ହେଉଥିବାବେଳେ ଲକଡାଉନ୍ ପରେ ଏଗୁଡିକ କାର୍ଯ୍ୟକାରୀ ହୋଇଯିବ ।

ଆଜିଠାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁଧ ହାରରେ ପରିବର୍ତ୍ତନ ଆସୁଛି । ମେ ୧ ତାରିଖରୁ ଏକ ଲକ୍ଷରୁ ଅଧିକ ସଞ୍ଚୟ ଜମା ଖାତା ଉପରେ ସୁଧ ହାର ହ୍ରାସ କରାଯିବ । ଏଥି ସହିତ, ନୂତନ ଋଣ ନେବାକୁ ଥିବା ବ୍ୟକ୍ତିମାନେ ବର୍ତ୍ତମାନ କମ୍ ସୁଧ ହାରରେ ଋଣ ପାଇବେ। ଅନ୍ୟପକ୍ଷରେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଆଜିଠାରୁ ନିୟମ ବଦଳିଛି। ପିଏନବି ଏହାର ଡିଜିଟାଲ୍ ୱାଲେଟ୍ ୧ ମେ ଠାରୁ ବନ୍ଦ କରି ଦେଇଛି । ପିନବିର ପେମେଣ୍ଟ ୱାଲେଟ୍ ସେବା- କିଟି ୱାଲେଟ୍ ମେ ୧ ରୁ ବନ୍ଦ ହୋଇଯାଇଛି ଏହା ୩୦ ଏପ୍ରିଲ ପର୍ଯ୍ୟନ୍ତ ଖାତାଧାରୀଙ୍କ ପାଇଁ ଖୋଲା ରଖାଯାଇଥିଲା ।

ଅନ୍ୟପଟେ ରେଳବାଇର ପ୍ରମୁଖ ନିୟମ ଆଜିଠାରୁ ବଦଳିଛି । ନୂତନ ନିୟମ ଅନୁଯାୟୀ, ମେ ୧ ରୁ ରେଳ ଯାତ୍ରା କରୁଥିବା ଯାତ୍ରୀମାନେ ସଂରକ୍ଷଣ ଚାର୍ଟ ବାହାରିବାର ୪ ଘଣ୍ଟା ପୂର୍ବରୁ ବୋର୍ଡିଂ ଷ୍ଟେସନକୁ ପରିବର୍ତ୍ତନ କରିପାରିବେ। ପୂର୍ବରୁ ରେଳବାଇର ନିୟମ ଅନୁଯାୟୀ ଯାତ୍ରୀ ଯାତ୍ରା ତାରିଖର ୨୪ ଘଣ୍ଟା ପୂର୍ବରୁ ତାଙ୍କ ବୋର୍ଡିଂ ଷ୍ଟେସନ୍ ବଦଳାଇବାର ଥିଲା । କିନ୍ତୁ ବର୍ତ୍ତମାନ ଏହା ୪ ଘଣ୍ଟା ପୂର୍ବରୁ ହୋଇପାରିବ । ସେହିପରି ମେ ୧ ରୁ ସମସ୍ତ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଟିକେଟ୍ ବାତିଲ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ମେ ୧ ତାରିଖରୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କିମ୍ବା ପରିବର୍ତ୍ତନ ମାମଲାରେ କମ୍ପାନୀ ବାତିଲ ଚାର୍ଜକୁ ନେବନାହିଁ ।

ସାରା ଦେଶ ଏବେ ତିନିଟି ଜୋନ୍ ରେ ବିଭକ୍ତ ହୋଇଥିବାବେଳେ, ଏବେ ଆସନ୍ତୁ ଜାଣିିିବା ଏହି ବର୍ଦ୍ଧିତ ଲକଡାଉନ୍ ସମୟରେ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍ କଣ କୋହଳ ହେଲା ।

ରେଡ୍ ଜୋନ୍

ରେଡ୍ ଜୋନ୍ ରେ କଡା କଟକଣା ରହିବ
ସର୍ତ୍ତମୂଳକ ଭାବେ ଯାତାୟତ କରିବ ଗାଡି
ଚାରି ଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାଇପାରିବେ
ବାଇକ ପଛରେ କେହି ବସି ପାରିବେ ନାହିଁ
କୌଣସି ବସ୍ ଗଡିପାରିବ ନାହିଁ
ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକ କାମ କରିପାରିବେ ନାହିଁ

ଅରେଞ୍ଜ ଜୋନ୍

ଅରେଞ୍ଜ ଜୋନ୍ ରେ କିଛି ସର୍ତ୍ତ ସହ ଟ୍ୟାକ୍ସି ଓ କ୍ୟାବ୍ ଚାଲିବ
ପ୍ରତ୍ୟେକ ଟ୍ୟାକ୍ସିରେ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ ଯାଇପାରିବ
ଅନ୍ତଃଜିଲ୍ଲା ଯାତାୟତ ପାଇଁ ଅନୁମତି ନେବାକୁ ପଡିବ
ଚାରିଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାତ୍ରୀ ଯାଇପାରିବେ

ଗ୍ରୀନ ଜୋନ୍

ଗ୍ରୀନ୍ ଜୋନ୍ ରେ କଟକଣା କୋହଳ ରହିବ
୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିପାରିବ ବସ୍
ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ରହିବ ନାହିଁ
ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକଳାପ ହୋଇପାରିବ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat May 2 , 2020
୧- ଆଜି ଓଡିଶା ରେ ନୂଆ ୫ ଜଣ covid-19 ରୋଗୀ ଚିହ୍ନଟ। ସମସ୍ତ ୫ ଜଣ ରୋଗୀ ଯାଜପୁର ଜିଲ୍ଲା ର ସମସ୍ତ ସଂକ୍ରମିତ କୋଲକାତା ଲିକ୍। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୪ରେ ପହଁଚିଲା। ୨-ପୁଣି ବଢ଼ିଲା ତାଲାବନ୍ଦ ଅବଧି, ମେ’ ୧୭ ତାରିଖ ଯାଏଁ ଲକଡାଉନ୍ କଟକଣା ଲାଗୁ, ଗୃହମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି । ୩-ଭୁବନେଶ୍ଵର : ସାମାଜିକ ସୁରକ୍ଷା ସହାୟତା […]

You May Like

Pin It on Pinterest