କଟକ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବାପକ୍ଷ ସମାରୋପ ଦିବସ ପାଳିତ…

ବାସ୍ତବବ୍ୟୁରୋ(କଟକ): ଅକ୍ଟୋବର ଦୁଇ ତାରିଖରେ ଭାଜପା ର ସେବା ପକ୍ଷ ସମାରୋପ ଦିବସ ଅବସରରେ ତେଲେଙ୍ଗା ବଜାର ସ୍ଥିତ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଭାଜପା ବାରବାଟି କଟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ମାନେ ନଗର ସଭାପତି ଲଲାଟେନ୍ଦୁ ବଡୁ ଙ୍କ ନେତୃତ୍ୱରେ ସ୍ଵଛ ଭାରତ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ତୁଳସୀପୁର ତଅଁଳା ସାହି ରେ ଆୟୋଜନକରିଥିଲେ।

ସ୍ଵଛ ଭାରତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଦୀପ ସ୍ୱାଇଁ,ସଂଯୋଜକ କାମାକ୍ଷା ପ୍ରସାଦ ମିଶ୍ର, ପ୍ରବୀଣା ମହାପାତ୍ର, ଦିଲ୍ଲୀପ କୁମାର ସାହୁ,ସୁବାଷ ମହାନ୍ତି,ନିର୍ମଳା ଆଚାର୍ଯ୍ୟ,ସୁଦୀପ୍ତ ରାଉତରାୟ, ରାକେଶ ଦଳେଇ, ସତ୍ୟଜିତ ମହଲା, ଦୀପକ କାହାଳି, କଲ୍ୟାଣୀ ମହଲା , ଜଗଜୀବନ ମହାନ୍ତି,ସବିତା ବେହେରା, ସଂଯୁକ୍ତା ବିଶ୍ୱାଳ,ରଣଜିତ କେଶରୀ ଦାସ,ବିନୟ ଦାସ, ପୌର୍ଣ୍ଣବାସୀ ମହାପାତ୍ର, ଅରବିନ୍ଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ସଂଯୋଜକ ମନୋଜ ପତିଙ୍କ ନେତୃତ୍ୱରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ରେ ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ଼ଃ ସୁଧାଂଶୁ ଗିରି, ଡ଼ଃ ମୃଣ୍ମୟ ମହାନ୍ତି, ଡ଼ଃ ହରେକୃଷ୍ଣ ସାହୁ ଯୋଗଦେଇଥିଲେ। ନିରଞ୍ଜନ ବେହେରା, ଦେବାଶିଷ ଦାଶ,ରାଜେଶ ସିଂ,ଦାଶରଥୀ ବେହେରା, ପ୍ରେମାନନ୍ଦ ଦାସ, ସିନୁ ନାୟକ, ଶିବା ନାୟକ, ସୁନୀଲ ନାୟକ,ମିଲି ନାୟକ, ଅମିତ କୁମାର ନାୟକ,ସତ୍ୟ ଦାସ ପ୍ରମୁଖ ସହଯୋଗ କରିଥିଲେ।

ଏଥିରେ ବସ୍ତିର ତିନିଶହ ରୁ ଉର୍ଦ୍ଧ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ।

ସେୟାର କରନ୍ତୁ

Next Post

ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ - ୨୦୨୪”ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ହାଇକୋର୍ଟ ଗସ୍ତ....

Fri Oct 4 , 2024
କଟକ(ସଂଜୟ ଶତପଥୀ)୦୪/୧୦/୨୦୨୪: ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଗତ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ – ୨୦୨୪ କୁ ଗତିଶୀଳ କରିବା ସହ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ କରାଯାଉଛି । ବିଜେପିର ସଫଳତା ପଛରେ ଅଧିବକ୍ତାଙ୍କ ଅନେକ ବଡ ଭୂମିକା ରହିଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ […]

You May Like

Pin It on Pinterest