ହାଇକୋର୍ଟ ସମେତ ସମସ୍ତ ଅଦାଲତରେ ଖୁବଶୀଘ୍ର ନିଯୁକ୍ତ ହେବେ ସରକାରୀ ଓକିଲ: ମନମୋହନ ସାମଲ…

ହାଇକୋର୍ଟ ସମେତ ସମସ୍ତ ଆଇନ ଅଦାଲତ ମାନଙ୍କରେ ଖୁବଶୀଘ୍ର ସରକାରୀ ଓକିଲ ନିଯୁକ୍ତି ହବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଗୁରୁବାର ହାଇକୋର୍ଟ ବାର୍ ସମେତ କ୍ୟାଟ୍ ବାର୍ ଆସୋସିଏସନକୁ ଏକ ସୌଜନ୍ୟମୂଳକ ଗସ୍ତରେ ଆସିଥିଲେ ମନମୋହନ ସାମଲ।ଏହି ସମୟରେ ହାଇକୋର୍ଟ ବାର୍ ତରଫରୁ ବିଜେପି ସଭାପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଆଇନଜୀବୀ କଲ୍ୟାଣ ପାଣ୍ଠି ପାଇଁ ମ୍ୟାଚିଂ ଗ୍ରାଣ୍ଟ ବୃଦ୍ଧି କରାଇବା ଭଳି କେତେକ ଦାବିକୁ ଉପସ୍ଥାପନ କରିଛନ୍ତି ବିଭିନ୍ନ ଓକିଲ ସଙ୍ଘ । ତେବେ ସେ ବାବଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନମୋହନ ସାମଲ କହିଛନ୍ତି।
                     
ସେୟାର କରନ୍ତୁ

Next Post

ଲଦାଖର ପାଶମିନା ଉଲକୁ ଜିଆଇ ଟ୍ୟାଗ୍

Sun Oct 6 , 2024
ବାସ୍ତବ ବ୍ୟୁରୋ: : ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଗେଡିୟର୍ (ଡ.) ବିଡି ମିଶ୍ର (ଅବସରପ୍ରାପ୍ତ)ଙ୍କୁ ଏହି ଜିଆଇ ଟ୍ୟାଗ୍ ପ୍ରମାଣପତ୍ରି ଦେଇଥିଲେ I ଲେଫ୍ଟନାଣ୍ଟ ଗଭର୍ଣ୍ଣର ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୟନ ମନ୍ତ୍ରଣାଳୟର ଅଧିକାରୀ, କେନ୍ଦ୍ରୀୟ ପଶମ ବିକାଶ ବୋର୍ଡ ଏବଂ ସ୍ଥାନୀୟ ପ୍ରଶାସନ, କାରିଗର, ମହିଳା ନେତୃତ୍ୱାଧୀନ ସ୍ୱୟଂ […]

You May Like

Pin It on Pinterest