
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାର ରେ ବରଗଡ଼ ର ପୁଣ୍ୟାତ୍ମା ବରପୁତ୍ର କର୍ମଯୋଗୀ ମହାଦେବ ଭୋଇ ଙ୍କ ୯୪ ତମ ଜୟନ୍ତୀ ପାଳିତ ହୋଇ ଯାଇଛି ।ଏହି ଅବସରରେ ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ “ମହାଦେବ ଭୋଇ ସ୍ମୃତି ସମ୍ମାନ ୨୦୨୪ ” ପ୍ରଦାନ କରା ଯାଇଛି ।
ସ୍ମୃତି କମିଟିର ସଂଯୋଜକ ଡଃ ଡୋଲାମଣି ଶତପଥୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ( କୁନା) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ,ନାଟ୍ୟକାର ତଥା ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବରେ ମଞ୍ଚlଷିନ ରହିଥିଲେ।କମିଟିର ସଞ୍ଜୀବ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ମଞ୍ଚାସିନ ସମସ୍ତ ଅତିଥି ମହାଦେବ ସାହୁ ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ନିଷ୍ଠା,ଦୃଢ଼ ମନୋବଳ ଓ କର୍ମ ତତ୍ପରତା ଉପରେ ଅଭିଭାଷଣ ରଖିଥିଲେ।
ଏହି ଅବସରରେ ବରଗଡ଼ ଜିଲ୍ଲା ର ଅନେକ କୃତି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜସେବୀ ଙ୍କୁ ସମ୍ମାନିତ କରା ଯାଇଥିଲା।ଅତାବିରା ରୁ ଧର୍ମରାଜ୍ ପ୍ରଧାନ ଓ ସୁବାସ ପ୍ରଧାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଶ୍ରୀମତୀ ଅନୁସୁୟା ଦେବତା ଏକାଧାରରେ ଜଣେ ଶିକ୍ଷୟିତ୍ରୀ,କବୟିତ୍ରୀ,ଗାୟିକା ଓ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି। ଏଥି ପାଇଁ ଶିକ୍ଷକ ମହଲରେ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।



