ସାର୍ବଜନୀନ ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ରେ ଉଛୁଳି ଉଠୁଛି ଅତାବିରା

ବରଗଡ଼(ନବୀନ କୁମାର ଦାଶ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ନବଦିନାତ୍ମକ ମୃଣ୍ମୟୀ ଦେବୀ ଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଦେବୀ ପୀଠ ମାନଙ୍କ ରେ ତଥା ଦୁର୍ଗା ମନ୍ଦିର ପୀଠ ରେ ଅଷ୍ଟମୀ ବିହିତ ପୂଜା ସହ ମାଁଙ୍କ “ମହାଗୌରୀ”ବେଶ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବେଶ୍ ଆକର୍ଷିତ କରିଛି।

ଦୁର୍ଗା ମନ୍ଦିର ତଥା ଥାନା ସାମ୍ନା ମେଢ଼ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରା ସ୍ଥାନୀୟ ଶ୍ରୀରାମ ବାବାମଠ ସ୍ଥିତ ପୋଖରୀ ତୁଠରେ ସୁବିଜ୍ଞ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ପୂର୍ବକ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ତଥା ମହିଳା ଭକ୍ତ ମାନଙ୍କ ଦ୍ଵାରା ଜଳପୂର୍ଣ୍ଣ କଳସ ମୁଣ୍ଡାଇ ରେଶମ ସମ୍ପ୍ରଦା, ଗର୍ଭଣା ର ପଞ୍ଜାବୀ ଢୋଲ,ନନ୍ଦିନୀ ପୁର ର ଦୁଲୁଦୁଲି,ହୀରାକୁଦ ଘଣ୍ଟ ବାଦ୍ୟ,ବଡକର୍ଲେ ର କସ୍ତାଲ,ସରଣ୍ଡା ର ସମଲେଶ୍ବରୀ ଦୁଲୁଦୁଲି,ଝର୍ ର ଆଦିବାସୀ ନୃତ୍ୟ,ମାଙ୍ଗଳିକ ବାଦ୍ୟ, ହରିବୋଲ,ହୁଳହୁଳି ରେ ଗଗନ ପବନ ଉଛୁଳି ଉଠିବା ସହ ନଟରାଜ କଲାପରିସଦ ର ନବ ଦେବୀ କନ୍ୟା ଙ୍କ ସମେତ ରାମ,ଲକ୍ଷ୍ମଣ,ସୀତା ଓ ହନୁମାନ ବେଶରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରି ମୃଣ୍ମୟୀ ଦେବୀ ଙ୍କ ଯଜ୍ଞ ମଣ୍ଡପ କୁ ପହଞ୍ଚି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

ଏହି ଅବସର ରେ ଯତୀନ୍ଦ୍ର ପଧାନ ଓ ତାଙ୍କ ଧର୍ମପତ୍ନୀ ମିଲି ନାଏକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ମୁଖ୍ୟ ପଣ୍ଡିତ ପଦ୍ମପାଣି ମହାପାତ୍ର,ବିଶ୍ୱଜିତ୍ ମହାପାତ୍ର,ସତ୍ୟବ୍ରତ କର,ସଞ୍ଜୀବ ଷଡ଼ଙ୍ଗୀ,ଶ୍ରୀକାନ୍ତ ମହାପାତ୍ର,ରମଣୀ ରଞ୍ଜନ ପଣ୍ଡା ଓ ତାଙ୍କ ସାଥୀ ମାନେ ପୂଜାକାର୍ଯ୍ୟ ପାଇଁ ବରଣ ହୋଇଥିବା ବେଳେ ଅତାବିରା(ଆରଏମସି) ସାପ୍ତାହିକ ହାଟ ମେଢ଼ ମୃଣ୍ମୟୀ ଦେବୀ ଙ୍କ ମଣ୍ଡପ ପାଇଁ ଲାଦେର ପାଲି ଗାଆଁ ପୋଖରୀ ତୁଠ ରେ ପୂଜାର୍ଚ୍ଚନା ପୂର୍ବକ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ମୁଣ୍ଡାଇ ବିଭିନ୍ନ ମାଙ୍ଗଳିକ ବାଦ୍ୟ ତଥା ଵାବେଵିରା କସ୍ତାଲ୍,ଡୁଙ୍ଗୁରିପାଲି ଘଣ୍ଟବାଦ୍ୟ, ଖଇରପାଲି ଦୁଲୁଦୁଲି ର ତାଳେ ତାଳେ ଯଜ୍ଞ ମଣ୍ଡପ କୁ ପହଞ୍ଚି ପୂଜା ର୍ଚ୍ଚନା ଆରମ୍ଭ ହୋଇଥିଲା।

ଏହି ଅବସର ରେ କର୍ତ୍ତା ଭାବେ କ୍ଷୀରୋଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ସୁକେଶିନି ସାହୁ ଦାୟିତ୍ୱ ତୁଲାଉ ଥିବାବେଳେ ଆଚାର୍ଯ୍ୟ ସଞ୍ଜୟ କୁମାର ଦାଶ, ଅଜୟ ମହାପାତ୍ର,ପ୍ରତ୍ୟୁଷ ରଥ, ଜ୍ୟୋତି ପ୍ରକାଶ ପଣ୍ଡା,ପ୍ରଦୀପ ମହାପାତ୍ର ଓ ତାଙ୍କ ସାଥୀ ମାନେ ମୃଣ୍ମୟୀ ଦେବୀ ଙ୍କ ନ୍ୟାସ,ପ୍ରାଣ ପ୍ରତିଷ୍ଠା,ଚଣ୍ଡୀପାଠ,ଆରତୀ ପୂର୍ବକ ଦେବୀ ଙ୍କ ପୁଷ୍ପାଞ୍ଜଳି ସହ ମୃଣ୍ମୟୀ ଦେବୀ ଙ୍କ ସ୍ମରଣ କରି ସନ୍ଧ୍ୟା ରେ ସିମନ୍ତିନି ଭାଇ ଜିଉନ୍ତିଆ ଓଷା ହେବ।ସିମନ୍ତିନି ତଥା ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ରାମ ଲୀଳା,ରାବଣ ରାଜ,ଲଙ୍କାପତି ରାବଣ ଙ୍କ ନଗର ପରିକ୍ରମା ତଥା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ କ୍ରମ ଦର୍ଶକ ମନୋନୟନ ଜିଣି ନେଉଛି।

ସେୟାର କରନ୍ତୁ

Next Post

ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

Thu Oct 10 , 2024
ବାସ୍ତବ ବ୍ୟୁରୋ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ରାତିରେ ଦେହାନ୍ତ ହୋଇଯାଇଛି। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି। ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ […]

You May Like

Pin It on Pinterest