ଭୁବନେଶ୍ୱର(ବାସ୍ତବ ଟିଭି): ତା୧୫/୦୩/୨୦୧୯ରିଖ କଟକ ଜିଲ୍ଲାର କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ୨ୟ ଓ ୧ମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ୩ୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ଦିଆଯାଇଥିଲା। ୨୦୦୯ମସିହା ରେ ସଂସ୍କୃତ +୩ ରେ ଖୋଲିଥିଲା। ୨୦୧୫ ରେ ସଂସ୍କୃତ ସମ୍ମାନ ଖୋଲିଥିଲା।୨୦୧୬ବ୍ୟାଚ୍ ୩ୟବର୍ଷପିଲାମାନଙ୍କୁ ବିଭାଗର୨ୟ ଓ ୧ମବର୍ଷ ତରଫରୁ ସମ୍ମାନ ତଥା କୋହଭରା କଣ୍ଠରେ ବିଦାୟ ସମ୍ବୋର୍ଦ୍ଧନା ଦିଆଯାଇଥିଲା।

ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜିତ କୁମାର ପଣ୍ଡା ସଭାପତିତ୍ବ କରି ୩ୟ ବର୍ଷ ପିଲାମାନଙ୍କୁ କର୍ମ ପଥରେ ଆଗେଇ ମହାବିଦ୍ୟାଳୟର ତଥା ସଂସ୍କୃତ ବିଭାଗର ନାମ କୁ ବିଶ୍ଵ ଦରବାରରେ ରଖିବା ପାଇଁ କହିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅର୍ଥନୀତି ବିଭାଗ ମୂଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଧନେଶ୍ବର ବାରିକ ପିଲାମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସମ୍ମାନିତ ଅତିଥି ରୂପରେ ଯୋଗଦେଇ ଇଂରାଜୀବିଭାଗମୂଖ୍ୟ ଶ୍ରୀଯୁକ୍ତ ଅଜୟ କୁମାର ଦାଶ,ରାଜନୀତି ବିଜ୍ଞାନର ମୂଖ୍ୟ ଶ୍ରୀଯୁକ୍ତ ସତ୍ୟବ୍ରତ ଆଚାର୍ୟ୍ୟ ୩ୟ ବର୍ଷ ପିଲାମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହିତ ସଂସ୍କୃତ ବିଭାଗ ମହାବିଦ୍ୟାଳୟର ଆଦର୍ଶ ବୋଲି ମତପୋଷଣ କରିଥିଲେ। ବିଭଗର ମୁଖ୍ୟା ପ୍ରଧ୍ୟାପିକା ପୌର୍ଣ୍ଣମାସୀ ପଣ୍ଡା କୋହଭରା କଣ୍ଠରେ କହିଲେ କି ପିଲାମାନେ କଲେଜରୁ ବିଦାୟ ନେଲେବି କେବେ ତାଙ୍କ ହୃଦୟରୁ ଯାଇ ପାରିବେ ନାହିଁ। ଗୁରୁଶିଷ୍ୟର ନିବିଡ ପରମ୍ପରା ବିଷୟରେ ଆଲୋଚନା କରି ନିଜର ଗୁରୁଙ୍କୁ ମନେପକାଇଛନ୍ତି। ବିଭାଗର ସହକାରୀ ଅଧ୍ୟାପକ ଡଃ ନବକିଶୋର ମିଶ୍ର ,ଅଧ୍ୟାପିକା ମନୁସ୍ମିତା ସିଂହ ପିଲାମାନଙ୍କୁ ଉନ୍ନତି ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଛନ୍ତି।

ଓଡିଆବିଭାଗର ଅଧ୍ୟାପିକା କ୍ଷିରାବ୍ଧିତନୟା ରଥ ଶିକ୍ଷା ବିଭାଗର ଅଧ୍ୟପିକା ନମିତା ବେହେରା ପିଲାମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ୨ୟବର୍ଷର ବିଭୁଦତ୍ତ ଷଡଙ୍ଗୀ ବେଦ ପାଠ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶୁଭଲକ୍ଷ୍ମୀ ମଲ୍ଲିକ ଓ ଅନୁସୟା ମଲ୍ଲିକ ବିଦାୟ କାଳୀନ ସଂଗୀତ ପାଠ କରିଥିଲେ। ୨ୟ ଓ ୧ମ ବର୍ଷ ପିଲାମାନେ ୩ୟ ବର୍ଷ ପିଲାମାନଙ୍କର ଗୁଣଗାରିମା ଗାନ କରିବା ସହିତ ତାଙ୍କପଥ ଅନୁସରଣ କରିବେ ବୋଲି କହିଛନ୍ତି। ୩ୟ ବର୍ଷର ଛାତ୍ର ଜ୍ୟୋତିରଞ୍ଜନ ନାୟକ, ଛାତ୍ରୀ ଲିପିକା ପଣ୍ଡା, ପ୍ରିତିସୁଧା ମହାପାତ୍ର,ବନ୍ଦନି ବାରିକ ପ୍ରମୁଖ ପିଲାମାନେ ଲୋତକାପ୍ଲୁତ ହୃଦୟରେ ନିଜର ଅନୁଭୁତିକୁ ପ୍ରକାଶ କରିଛନ୍ତି।ଶେଷରେ ବିଭାଗର ସହକାରୀ ଅଧ୍ୟାପକ ଶ୍ରୀ ତପନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ୨ୟ ଏବଂ ୧ମବର୍ଷ ପିଲାମାନେ ୩ୟ ବର୍ଷ ପିଲାମାନଙ୍କୁ ବିଦାୟ କାଲୀନ ସଂବର୍ଦ୍ଧନା ଉପହାର ପ୍ରଦାନ କରିଥିଲେ।