୧- ଆଜି ଓଡିଶା ରେ ନୂଆ ୫ ଜଣ covid-19 ରୋଗୀ ଚିହ୍ନଟ। ସମସ୍ତ ୫ ଜଣ ରୋଗୀ ଯାଜପୁର ଜିଲ୍ଲା ର ସମସ୍ତ ସଂକ୍ରମିତ କୋଲକାତା ଲିକ୍। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୪ରେ ପହଁଚିଲା।
୨-ପୁଣି ବଢ଼ିଲା ତାଲାବନ୍ଦ ଅବଧି, ମେ’ ୧୭ ତାରିଖ ଯାଏଁ ଲକଡାଉନ୍ କଟକଣା ଲାଗୁ, ଗୃହମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି ।
୩-ଭୁବନେଶ୍ଵର : ସାମାଜିକ ସୁରକ୍ଷା ସହାୟତା ପାଉଥିବା ଓ ମଧୁବାବୁ ପେନସନ ପାଉଥିବା ହିତାଧିକାରୀଙ୍କୁ ସରକାର ଦେବେ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍କକାଳୀନ ସହାୟତା ।
୪-ପୁରୀ ରଥଯାତ୍ରା ନିଷ୍ପତ୍ତି ମେ ୩ ପରେ ନୁହେଁ ମେ ୧୭ ପରେ ନିଆଯିବ।
୫-ସୁରତରୁ ବାହାରିଲା ଆଉ ୬୬ଟି ବସ୍ : ଫେରୁଛନ୍ତି ୪ହଜାର ପ୍ରବାସୀ ଓଡିଶା।

୬-ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ଅପିଲ : ସ୍ୱତଃ ଆଗେଇ ଆସି ନମୂନା ପରୀକ୍ଷା କରିବାକୁ ପରାମର୍ଶ । ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଯୋଗାଯୋଗ କରି ସଙ୍ଗରୋଧରେ ରୁହନ୍ତୁ।
୭-ଦୀର୍ଘ ପାଞ୍ଚ ସପ୍ତାହ ପରେ ଟ୍ରାକରେ ଗଡିଛି ଟ୍ରେନ୍ : ପ୍ରବାସୀ ଓଡିଆଙ୍କୁ ଧରି କେରଳରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ।
୮-ଆସିଲା ଭଲ ଖବର: ସୁସ୍ଥ ହେଲେ ୧୪ କୋଭିଡ-୧୯ ସଂକ୍ରମିତ, କେନ୍ଦ୍ରାପଡା ଏବେ କରୋନା ମୁକ୍ତ।

୯-କରୋନା ହଟ୍ ସ୍ପଟ୍ ଭାବେ ରେଡ୍ ଜୋନ୍ରେ ଓଡ଼ିଶାର ୩ ଜିଲ୍ଲା: ଯାଜପୁର, ଭଦ୍ରକ ଓ ବାଲେଶ୍ବର।
୧୦-ନୂଆ ଦିଲ୍ଲୀ:କରୋନା ଲକ୍ଡାଉନ୍ ୩.୦ : ମଇ ୧୭ ଯାଏ ଭାରତୀୟ ରେଳ ଓ ବିମାନ ସେବାକୁ ସ୍ଥଗିତ କଲେ ସରକାର।
୧୧-ମେ ୩ରେ ତିନି ସେନା କରୋନା ଯୋଦ୍ଧାଙ୍କୁ ଦେବେ ସମ୍ମାନ,ଶ୍ରୀନଗରରୁ ତ୍ରିଭେନ୍ଦ୍ରମ ଓ ଆସାମରୁ କଚ୍ଛ ଯାଏ ଫ୍ଲାଇପାଷ୍ଟ କରିବେ ବାୟୁ ସେନା।
୧୨-ବାହାର ରାଜ୍ୟରୁ ଆସିଲେ ହାତରେ ଲାଗିବ ଅଲିଭା କାଳିର ଚିହ୍ନ, କ୍ୱାରେଣ୍ଟାଇନ ପାଇଁ ୨ ଲକ୍ଷ ୬୦ ହଜାର ଶଯ୍ୟା ପ୍ରସ୍ତୁତ ।
୧୩-ଦେଶ ବାହୁଡ଼ିବାକୁ ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି; କେବଳ ସଂଯୁକ୍ତ ଆରବ ଏମିରେଟ୍ସରୁ ପଞ୍ଜିକରଣ କଲେଣି ୩୨ ହଜାର।
୧୪-ଲକଡାଉନ୍ ର ସୁଯୋଗ ନେଉଛନ୍ତି ଅନ୍ଲାଇନ୍ ଠକ : ଫେକ୍ ମେସେଜରୁ ଦୂରେଇ ରୁହନ୍ତୁ, ଠକାମିରୁ ବଞ୍ଚନ୍ତୁ।
୧୫-ଗ୍ରିନ ଜୋନକୁ ଗ୍ରୀନ ସିଗ୍ନାଲ:ତାଲାବନ୍ଦ ବେଳେ ଖୋଲିପାରିବେ ମଦ ଓ ପାନ ଦୋକାନ, ଗଡ଼ିବ ଯାତ୍ରୀବାହୀ ବସ୍, ହେଲେ ସାମାଜିକ ଦୂରତା ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ।