ପରିବା ଦର ଆକାଶ ଛୁଆଁ; ବାଧୁଛି ଦର, କଲବଲ ହେଉଛନ୍ତି ଖାଉଟି

ବାସ୍ତବ ବ୍ୟୁରୋ: ଆରମ୍ଭ ହୋଇଛି କାର୍ତ୍ତିକ ମାସ । ପ୍ରାୟତଃ ସବୁ ଓଡ଼ିଆଙ୍କ ଘରେ ଆମିଷ ବାରଣ । ମାତ୍ର ଏତିକିବେଳେ ପରିବା ବଜାରର ତାତି କାର୍ତ୍ତିକ ମାସ ପାଳନକୁ ଅଧିକ କଷ୍ଟଦାୟକ କରିଛି। ବଜାରରେ କୌଣସି ସବୁଜ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। କେବଳ ଆଳୁ, ସାରୁ ଓ କଖାରୁକୁ ବାଦ୍‌ ଦେଲେ ଅନ୍ୟ ସବୁ ପରିବା ୧୦୦ ଟଙ୍କା ପାର୍‌ କରିଯାଇଛି। ଏହି ଦରବୃଦ୍ଧି କାରଣରୁ ଖାଉଟିମାନେ କମ୍ ପରିମାଣର ପରିବା କିଣିବାକୁ ବାଧ୍ୟ ହେଉଥିବାରୁ ବେପାରୀମାନେ ବି କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ବର୍ତ୍ତମାନର ପରିବା ଦର ବୃଦ୍ଧି ଉଭୟ ବେପାରୀ ଓ ଖାଉଟିଙ୍କ ପାଇଁ କାଳ ସାଜିଛି।

ବାଇଗଣ, ପୋଟଳ, କୋବି, ବିନ୍‌ସ, ଟମାଟୋ, ଜହ୍ନି ସବୁ ପରିବା ଦର ୮୦ ଟପିଲାଣି । କେତେକ ପରିବା ଦର ୧୦୦ ଛୁଇଁଛି । ଏହି ସମୟରେ ସ୍ଥାନୀୟ ଚାଷୀଙ୍କର କୋବି, ମୂଳ , ବାଇଗଣ , ଟମାଟୋ ଭେଣ୍ଡି ଭଳି ପରିବା ବଜ଼ାରକୁ ଆସିଥାଏ ସେଥିପାଇଁ ଦର କମିଯାଏ କିନ୍ତୁ ଏଥର ଓଲଟା ଦେଖିବାକୁ ମିଳିଛି । ଦର କମିବ କଣ ଆହୁରି ବୃଦ୍ଧି ପାଇଛି । ସ୍ଥାନୀୟ ଚାଷୀଙ୍କ ପରିବା ସିଧାସଳଖ ହାଟକୁ ଆସି ପାରୁନଥିବାରୁ ପାରିବ ଦର ବଢିଚାଲିଛି ।

ସେୟାର କରନ୍ତୁ

Next Post

ଐତିହାସିକ ବାଲିଯାତ୍ରା ମହୋତ୍ସବର ମୂଖ୍ୟ ଆକର୍ଷଣ "ଓଡ଼ିଶା ର ଅସ୍ମିତା":-କଟକ ଜିଲ୍ଲାପାଳ....

Fri Oct 18 , 2024
ସଂଜୟ ଶତପଥୀ(କଟକ): ଆଗାମୀ ମାସର ୧୫ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ ବିଗତ ବର୍ଷଠାରୁ ଅଧୂକ ଆକର୍ଷଣୀୟ ହେବ ବୋଲି କହିଛନ୍ତି କଟକର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ। କଟକର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ସଭାଗୃହ ରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକର ମାନନୀୟ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଆଗାମୀ ବାଲିଯାତ୍ରା ମହୋତ୍ସବ ବିଷୟରେ ଅବଗତ କରିବା ସହ […]

You May Like

Pin It on Pinterest