ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର : ମୃତ୍ୟୁ ମହିଳାଙ୍କ ଚକ୍ଷୁ ଦାନ…

ବରଗଡ଼(ନବୀନ ଦାଶ)୧୯.୧୦:- ବରଗଡ଼ ସୋହେଲା ଜାତୀୟ ରାଜପଥ ବିଶିପାଲି ପେଟ୍ରୋଲପମ୍ପ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ସ୍ୱାମୀ ଗୁରୁତର ସ୍ତ୍ରୀ ମୃତ।ସୂଚନା ଅନୁସା ରେ ଆଜି ଶନିବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ବରଗଡ଼ ପଟୁ ସୋହେଲା ଯାଉଥିବା OD17M 1551 ନମ୍ବର ବିସିଷ୍ଟ ଏକ ନୀଳ ରଙ୍ଗର କାର OD17M7202 ନମ୍ବର ଥିବା ବାଇକ କୁ ଧକ୍କା ଦେଇ ଥିଲା।ଫଳରେ ଘଟଣା ସ୍ଥଳ ରେ ପଡିରହିଥିବା ଗୁରୁତର ବାଇକ ଆରୋହି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ସଦର ଚିକିତ୍ସାଲୟ କୁ ଅଣାଯାଇ ଥିଲା, ଏଠାରେ ବିଭାଗୀୟ ଡାକ୍ତର ସ୍ତ୍ରୀ ପ୍ରମିଳା ଙ୍କୁ ମୃତ ଘୋଷଣା କରି ଥିବା ବେଳେ ସ୍ୱାମୀ ଅଗସ୍ତିଙ୍କ ସ୍ୱାସ୍ଥ୍ୟଵସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୀମସାର ବୁର୍ଲା କୁ ସ୍ଥାନାନ୍ତରିତ କରିଥିଲେ ।

ମାତ୍ର ପରିବାର ଲୋକେ ତାଙ୍କୁ ଏକ ଘରୋଇ ଚିକିତ୍ସାଲୟକୁ ନେଇ ଚିକିତ୍ସା କରାଇଥିଲେ ମୃତକ ପରିବାର ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ହୋଇଥିବା ବେଳେ ବରିଷ୍ଠ ଆଇନ ଜୀବୀ ଲିପିସିତ ମିଶ୍ର ଚିକିତ୍ସାଲୟକୁ ପହଞ୍ଚି ମୃତକ ପରିବାରକୁ ସାହାଯ୍ୟ କରିଥିଲେ।ଠିକ ସେହିପରି ମୃତ୍ୟ ବରଣ କରିଥିବା ସ୍ତ୍ରୀ ପ୍ରମିଳା ଧରୁଆ ଙ୍କ ଚକ୍ଷୁ ଦାନ ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ତାଙ୍କ ପୁଅ ଭାସ୍କର ଧରୁଆଙ୍କ ସହିତ ଆଲୋଚନା କରି ଥିଲେ ଓ ତାଙ୍କର ସହମତିରେ ଦୃଷ୍ଟି ଦାନ ଚକ୍ଷୁ ବିଭାଗର କର୍ମଚାରୀ ସୁନୀଲ ସାଙ୍କ ସାହାଯ୍ୟରେ ମୃତ ପ୍ରମିଲାଙ୍କ ଚକ୍ଷୁ ସଫଳତାର ସହିତ ସଂଗ୍ରହ କରାଯାଇଥିଲା ।

ଯାହା ଫଳ ରେ ଦୁଇଜଣ ଚକ୍ଷୁହୀନ ବ୍ୟକ୍ତି ଦୃଷ୍ଟି ଶକ୍ତି ଫେରି ପାରିବେ।ଆଜିର ଦୁର୍ଘଟଣାରେ ମୃତହତ ପରିବାର ପାଇଁ ସାଧାରଣରେ ଲୋକେ ଦୁଃଖ ପ୍ରକାଶ କରିଥିବା ବେଳେ ପ୍ରମିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁ ଦାନ କରାଇଥିବାରୁ ସବୁ ମହଲରେ ପ୍ରସଂଶା କରିଛନ୍ତି।

ସେୟାର କରନ୍ତୁ

Next Post

୨୩ରେ ବାତ୍ୟା ସମ୍ଭାବନା: ଭାରତୀୟ ପାଣିପାଗ ବିଭାଗ

Sun Oct 20 , 2024
ବାସ୍ତବ ବ୍ୟୁରୋ: ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସମ୍ଭାବ୍ୟ ବାତ୍ୟା । ଏନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ବଡ଼ ଧରଣର ହେବ କି ନା ସେନେଇ କୌଣସି ସୂଚନା ଦିଆଯାଇନାହିଁ। ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଅଧିକ ଘନୀଭୂତ ହୋଇ ଅବପାତ ହେବ।ଏଣେ ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ […]

You May Like

Breaking News

Pin It on Pinterest