୨୩ରେ ବାତ୍ୟା ସମ୍ଭାବନା: ଭାରତୀୟ ପାଣିପାଗ ବିଭାଗ

ବାସ୍ତବ ବ୍ୟୁରୋ: ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସମ୍ଭାବ୍ୟ ବାତ୍ୟା । ଏନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ବଡ଼ ଧରଣର ହେବ କି ନା ସେନେଇ କୌଣସି ସୂଚନା ଦିଆଯାଇନାହିଁ।

ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଅଧିକ ଘନୀଭୂତ ହୋଇ ଅବପାତ ହେବ।ଏଣେ ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏଣେ ୨୫ ତାରିଖରେ  ଏନେଇ ଆଗୁଆ ସତର୍କ କରାଇଲେ ଏସ୍ଆର୍ସି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ଲଘୁଚାପରେ ପରିଣତ ହୋଇ ୨୨ ତାରିଖରେ ଅବପାତ ରୂପ ନେବ। ୨୩ ତାରିଖରେ ଏହା ସମ୍ଭାବ୍ୟ ବାତ୍ୟାରେ ପରିଣତ ହେବ।

ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହି ସମ୍ଭାବ୍ୟ ବାତ୍ୟାଟି କେଉଁଠି ସ୍ଥଳ ଭାଗ ଛୁଇଁବ ସେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ସେୟାର କରନ୍ତୁ

Next Post

୨୩ରେ ବାତ୍ୟା,୨୪ରେ ଲ୍ୟାଣ୍ଡଫଲ୍ : ଆଇଏମ୍‌ଡି

Sun Oct 20 , 2024
ବାସ୍ତବବ୍ୟୁରୋ: ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିି ହେବ। ୨୨ ତାରିଖରେ ଏହା ଘନୀଭୂତ ହୋଇ ଡିପ୍ରେସନ୍ ରେ ପରିଣତ ହେବ। ୨୩ ତାରିଖ ସକାଳେ ଅବପାତ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ […]

You May Like

Pin It on Pinterest