ଭେଡେନ ଥାନା ଆମ ପୋଲିସ ଆଲୋଚନା ଚକ୍ର…

ବରଗଡ଼:-୨୦.୧୦(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ଥାନା ପକ୍ଷରୁ ରେଶମ ଠାରେ”ଆମ ପୋଲିସ ସମିତି”ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଭେଡେନ ଥାନା ଆଇଆଇସି ପ୍ରେମଜିତ ଦାଶ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କିପରି ଭାବରେ ରୋକାଯାଇ ପାରିବ ସେ ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ବରପାଲି ଥାନା ଆଇଆଇସି ଜୟ ରଶ୍ମି ସେଠୀ ଯୋଗ ଦେଇ ଥିଲେ।

ଏହି” ଆମ ପୋଲିସ ସମିତି” ର ଆଲୋଚନା ରେ ରେଶମ,ଲୁହା ଖଣ୍ଡି,ଅଁଏଲାପାଲି,ଅରେଗୁଡି ପଂଚାୟତ ର ସରପଞ୍ଚ,ସମିତି ସଭ୍ୟ,ଅନ୍ୟାନ୍ୟ ଜନପ୍ରତିନିଧି ଓ ଜନସାଧାରଣ ମାନେ ଅଂଶଗ୍ରହଣ କରିଥିଲେ।ସାଇବର କ୍ରାଇମ, ଅପରାଧିକ କାର୍ଯ୍ୟକଳାପ କିପରି ଭାବରେ ରୋକାଯାଇ ପାରିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।ପୋଲିସ ପ୍ରଶାସନ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ ଜନ ସଚେ ତନତା ସୃଷ୍ଟି ନିମନ୍ତେ ଆଲୋଚନା କରାଯାଇଥିଲା।ଏଥିରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇ ଦେଇ ଥିଲେ।ଏହି ସମୟରେ ଭେଡେନ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ମଧୁମେହ ପରୀକ୍ଷା ଶିବିର....

Mon Oct 21 , 2024
ବରଗଡ଼୨୧/୧୦(ନବୀନ କୁମାର ଦାଶ):ସ୍ଥାନୀୟ ଟାଉନ ଥାନା ସମ୍ମୁଖ ରେ ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଏକ ମାଗଣା ମଧୁମେହ ପରୀକ୍ଷା କେନ୍ଦ୍ର ଖୋଲାଯାଇ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ମଧୁମେହ ପରୀକ୍ଷା କରାଯାଇଥିଲା।ଏଥିରେ କ୍ଲବ ସଭାପତି ସୁବାଷ ଅଗ୍ରୱାଲ, କିଶନ ଲାଲ ଅଗ୍ରୱାଲ,ପ୍ରବୀଣ ଜୈନ,ଅଶୋକ ଅଗ୍ରୱାଲ,ଦୀପକ ବଲୋଦିଆ,ପ୍ରାଞ୍ଜଳ ଧାନୁକା,ମଲ୍ଲି କାର୍ଜୁନ ରାଓ,ଅମରଜିତ୍ ସିଂ,ରାଜ କିଶୋର ପାଣିଗ୍ରାହୀ,ପଙ୍କଜ ଦାଶ, ପ୍ରଦୀପ ଗୋୟଲ ଆଦି ଅଂଶଗ୍ରହଣ କରି ସହଯୋଗ କରିଥିଲେ। ରାଜ […]

You May Like

Pin It on Pinterest