
ବରଗଡ୨୧/୧୦(ନବୀନ ଦାଶ): ଭେଡେନ ସୂର୍ଯ୍ୟମଣି ଜନତା ହାଇ ସ୍କୁଲ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ”ସୁରଭି”-୨୦୨୪ ଶିଶୁ ମହୋତ୍ସବ “ସୁରଭି”-୨୦୨୪ ମହା ସମାରୋହ ରେ ପାଳିତ ହୋଇଯାଇଛି।
ପ୍ରଥମ ଅଧିବେଶନ ରେ ଅତିଥି ମାନଙ୍କ ଦ୍ଵାରା ଇଷ୍ଟ ଦେବୀ ମାଁ ସମଲେଶ୍ଵରୀ ଓ ଜଗତର ନାଥ ଜଗନ୍ନାଥ ଙ୍କ ସମୀପରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶିଶୁ ମହୋତ୍ସବ ସୁରଭି -୨୦୨୪ ବିଇଓ ମଚ୍ଛିନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଏଡିଇଓ ଜ୍ୟୋତିକାନ୍ତ ସାହୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ।ଉତ୍ସବରେ ସମ୍ମାନିତ ଅତିଥି ଭାବେଏବିଇଓ ତଥା ବିଆରସିସି ହେମବତୀ ମେହେର,ଏବିଇଓ ଅଭିମନ୍ୟୁ ଭୋଇ,ଋଷୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମୋହନ ସାହୁ ଓ ଭେଡେନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ମଞ୍ଚlସିନ ଥିଲେ।ଦ୍ଵିତୀୟ ଅଧିବେଶନରେ ପ୍ରଥମେ ବରେଣ୍ୟ ଅତିଥି ମାନଙ୍କୁ ଛାତ୍ରୀ ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।
ଡିଇଓ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅତାବିରା ବିଧାୟକ ନିହାର ମହାନନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଇଓ ମଚ୍ଛିନ୍ଦ୍ର ମଲ୍ଲିକ,ଏବିଇଓ ତଥା ବିଆରସିସି ହେମବତୀ ମେହେର, ଏବିଇଓ ଅଭିମନ୍ୟୁ ଭୋଇ, ଅତାବିରା ଏବିଇଓ କାର୍ତ୍ତିକ ବାଗ, ଭେଡେନ ନାଗରିକ କମିଟି ସଭାପତି ସ୍ଵାଧୀନ ରଥ ଓ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ମଞ୍ଚlସିନ ରହିଥିଲେ।ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ବରଗଡ ଜିଲ୍ଲା ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।ଉତ୍ସବରେ ବିଚାରକ ଭାବେ ରଶ୍ମିରାଣୀ ନନ୍ଦ,ଗୋପିକା ସେଠ ଓ ଜଗନ୍ନାଥ ପ୍ରଧାନ ରହିଥିବାବେଳେ ବିଚାରକ ମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା।
ଶିକ୍ଷକ ଗୋବିନ୍ଦ ସେଠ,ଆଶିଷ ଦେଓ ଓ ସୁଧାଂଶୁ ଶେଖର ଦେହୁରୀ ଙ୍କ ସଂଯୋଜନା ଓ ମଞ୍ଚ ପରିଚାଳନା କ୍ରମେ ବ୍ଲକର ସମସ୍ତ ସିଆରସିସି,ପ୍ରଧାନ ଶିକ୍ଷକ, ଶିକ୍ଷକ,ଶିକ୍ଷୟିତ୍ରୀ,ଅଫିସ କର୍ମଚାରୀ ଓ ସ୍ଥାନୀୟ ହାଇସ୍କୁଲର ସମସ୍ତ କର୍ମଚାରୀ ମାନଙ୍କ ସକ୍ରିୟ ସହ ଯୋଗ ରହିଥିଲା।ଶିଶୁ ମହୋତ୍ସବ “ସୁରଭି”- ୨୦୨୪ ଅଭିଭାବକ, ଅଭିଭାବିକା ତଥା ଦେଖଣାହାରୀ ଙ୍କ ବେଶ୍ ମନ ମୁଗ୍ଧକର ହୋଇଥିଲା।