ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର…

ବାସ୍ତବ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର । ବାତ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ବାତ୍ୟାର ଗତିପଥ ଉପରେ ତୀକ୍ଷ୍ମଣ ନଜର ରଖିବ କଣ୍ଟ୍ରୋଲ ରୁମ୍‌ ।

ସେପଟେ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ । କେଉଁ ଜିଲ୍ଲାକୁ କେତେ ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ ଯିବେ, ସେନେଇ ଚାଲିଛି ଯୋଜନା । ଉପକୂଳ ଓଡ଼ିଶା ଯଥା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ ଏନଡ଼ିଆରଏଫ, ଓଡ୍ରାଫ  ଓ ଅଗ୍ନିଶମ ଟିମ୍ ମୁତୟନ ହେବେ।

ବାତ୍ୟା ନେଇ ଭୟଭୀତ ନହେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ କରିବେ ବାତ୍ୟା ସମୀକ୍ଷା । ଅପରାହ୍ନ ୪ ଟାରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ କରିବେ ସମୀକ୍ଷା । ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ ।

ବାତ୍ୟାର ମୁକାବିଲା ଲାଗି ସାରା ଓଡ଼ିଶାକୁ ପ୍ରସ୍ତୁତ ରଖିଛୁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ସତର୍କ ରହିଥାନ୍ତୁ, ଭୟଭୀତ, ଚିନ୍ତିତ କିମ୍ବା ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ। ଓଡ଼ିଶା ସରକାର ଆପଣଙ୍କ ରକ୍ଷା କବଚ। ବାତ୍ୟାର ପ୍ରକରଣ ଶେଷ ନ ହେବା ପର୍ଯ୍ୟନ୍ତ ଓଡ଼ିଶାର ପ୍ରଶାସନ ଶୋଇବ ନା କୌଣସି କାମରେ ତ୍ରୁଟି କରିବ। ୨୪ ଘଣ୍ଟା ସରକାରୀ ଅଧିକାରୀ ନିୟୋଜିତ ରହିବେ।

ସମ୍ଭାବ୍ୟ ବାତ୍ୟା ର ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟ ସଚିବ ଜରୁରୀ ବୈଠକ ଡାକିଥିଲେ। SRCଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ SRC ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାଯାଇଛି। ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍‌ କଲେ ଜିରୋ କାଜୁଆଲଟି ସାଙ୍ଗକୁ କିପରି କ୍ଷୟକ୍ଷତିକୁ କମ୍‌ କରିହେବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। 

ସେୟାର କରନ୍ତୁ

Next Post

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ରହିବ 'ଦାନା' ର ବେଶୀ ପ୍ରଭାବ

Tue Oct 22 , 2024
ବାସ୍ତବ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ର ନେଇ ବଡ଼ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମଙ୍ଗଳବାର ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହେବ । ବୁଧବାର ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ […]

You May Like

Pin It on Pinterest