କ୍ରିଟିକାଲ ଓ ପାର୍ସିଆଲି କ୍ରିଟିକାଲ ବର୍ଗର ତାଲିକାରେ ପରିବର୍ତନ …

ବାସ୍ତବ ବ୍ୟୁରୋ– କରୋନା ମୁକାବିଲା ପରିଚାଳନା ଦୃଷ୍ଟିରୁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ବିଭାଗଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରିଥିଲେ । ଯଥା କ୍ରିଟିକାଲ୍ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ୍ (ଆଂଶିକ ଅତ୍ୟାବଶ୍ୟକ) । ଏବେ ଏହି ଦୁଇ ବର୍ଗରେ ଥିବା ବିଭାଗ ଗୁଡ଼ିକରେ କେତେକ ପରିବର୍ତ୍ତନ ଆଣିଛନ୍ତି ।

କ୍ରିଟିକାଲ୍ ବର୍ଗ– କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଗୃହ, ଶ୍ରମ, ପଂଚାୟତି ରାଜ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା , ମତ୍ସ୍ୟ ଓ ପଶୁସଂପଦ, ଇସ୍ପାତ ଓ ଖଣି ଏବଂ ଅବକାରୀ ଆଦି ୧୪ଟି ବିଭାଗ ରହିଛି । ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକର ୫୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ ଜରୁରୀ କାମ କରିବେ ।

ପାର୍ସିଆଲି କ୍ରିଟିକାଲ୍ ବର୍ଗ-ଉପରୋକ୍ତ ୧୪ଟି ବିଭାଗ ବ୍ୟତୀତ ଅନ୍ୟ ବିଭାଗଗୁଡିକ, ଏହି ବର୍ଗରେ ସାମିଲ୍ । ଏହି ବିଭାଗ ଗୁଡ଼ିକର ୩୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁସାରେ କାମ କରିପାରିବେ । ଏହି ନୂଆ ନିର୍ଦ୍ଦେଶ ମେ ୪ରୁ ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ବିଭିନ୍ନ ବିଭାଗ ନିଜ ଅଧିନରେ ଥିବା ନିଗମ, ଏଜେନ୍ସି, ପିଏସୟୁ ଗୁଡ଼ିକୁ ଚାଲିବା ପାଇଁ ଅନୁମତି ଦେଇପାରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ଅପରେସନ୍ ଶୁଭଯାତ୍ରା"-ଗଡ଼ିଲା ଟ୍ରେନ୍ କେରଳ ରୁ ଓ ଅନ୍ୟଟି ସୁରଟ୍ ରୁ...

Sat May 2 , 2020
ବାସ୍ତବ ବ୍ୟୁରୋ-ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଜି କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୧୦୦ଜଣ କରୋନାରେ ସକ୍ରିୟ ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଯାହା ବି କରନ୍ତୁ ମାନବିକତା ସହ […]

You May Like

Pin It on Pinterest