ବାତ୍ୟା ଅପଡେଟ୍

ବାସ୍ତବ ବ୍ୟୁରୋ:  ୨୪ ତାରିଖ ରାତିରୁ ଉପକୂଳରେ ମାଡ଼ ହେବ ଦାନା । ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଜାରି ରହିଛି । ୧୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ପାରାଦୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୪୯୦ କିମି ଦୂରରେ ରହିଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଭିତରକନିକା- ଧାମରା ପାଖାପାଖି ଅଂଚଳରେ ସ୍ଥଳଭାଗ ଅତିକ୍ରମ କରିବ । ଦାନା ପ୍ରଭାବରେ ଆଜି ସଂଧ୍ୟାରୁ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ପବନ ବହିବା ଆରମ୍ଭ କରିଦେଇଛି । ତେବେ ଦାନା ସ୍ଥଳଭାଗ ଛୁଇଁବା ସମୟରେ ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବ । ଆସନ୍ତାକାଲି ଓ ୨୫ ତାରିଖରେ ବର୍ଷା ଜାରି ରହିବ । ସେତେବେଳେ ବର୍ଷା ସହ ୧୦୦ରୁ ୧୨୦ କିମି ବେଗରେ ପବନ ବହିପାରେ । 

ଏଥିପାଇଁ ଜାରି ହେଇଛି ଟୋଲ-ଫ୍ରି ନଂ ୧୦୭୭ । ବିଭିନ୍ନ ବିଭାଗ ନିଜନିଜ ଦାୟିତ୍ୱ ସମ୍ପାଦନ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ରାଜସ୍ୱ ବିଭାଗର କଣ୍ଟ୍ରୋଲ ରୁମ୍ ସହ ଭିନ୍ନ ଭିନ୍ନ ବିଭାଗ ମଧ୍ୟ ନିଜସ୍ଵ କଣ୍ଟ୍ରୋଲ ରୁମ୍ ରହିବ। କୃଷି, ଶକ୍ତି, ଯୋଗାଣ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ହୋଇଛି । ଅସୁବିଧାରେ ଥିବା ଲୋକ ଯେଉଁ ବିଭାଗର ସହାୟତା ଚାହିଁବେ ଅଧିକାରୀମାନେ ସହାୟତା ଯୋଗାଇବେ ବୋଲି ବିପର୍ଯ୍ୟୟ ପରାଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ମାନଙ୍କୁ ପ୍ରଭାବିତ ଜିଲ୍ଲା ଗୁଡ଼ିକର ଦାୟିତ୍ଵ ଦିଆଯାଇଛି । ବାତ୍ୟା ଗଲା ପରେ ସେମାନେ କ୍ଷୟକ୍ଷତି ଆକଳନ କରିବେ । ଚାଷ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ । ଅଫିସରଙ୍କୁ ମଧ୍ୟ ଦାୟିତ୍ଵ ବଣ୍ଟା ଯାଇଛି , ସରକାରୀ ଅଧିକାରୀମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି ।

ସେୟାର କରନ୍ତୁ

Next Post

ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ

Thu Oct 24 , 2024
ବାସ୍ତବ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ଏହାର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ପାଗ ଅଧିକ କୋହଲା ହେବାରେ ଲାଗିଥିବାବେଳେ  ସମୁଦ୍ର ଅଶାନ୍ତ ହେବା ସହିତ ଉଚ୍ଚା ଜୁଆର ସୃଷ୍ଟି ହେଉଛି।  ବର୍ତ୍ତମାନ ଏହା ପାରାଦୀପଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୪୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ […]

You May Like

Pin It on Pinterest