ଅତାବିରା ମାର୍କେଟ ଛକ ରେ ବାଇକ୍ କୁ ଦଳିଲା ଟ୍ରାକ୍ଟର ଅଳ୍ପକେ ବର୍ତ୍ତି ଲେ ଚାଳକ…

ବରଗଡ଼:-୩୦/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ଚାରି ଥାକିଆ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟି ନିରୀହ ଜୀବନ ବଳି ପଡ଼ିବା ସତେ ଯେମିତି ଲୋକଙ୍କ ପାଇଁ ଅଭିଶାପ ହୋଇଛି।

ଯାହାର ଉଦାହରଣ ସ୍ୱରୂପ ଗତ ୨୯ତାରିଖ ଦିନ ପାଖାପାଖି ୮ଟାରେ ଅତାବିରା ଆର୍ ଏମ ସି ଛକ ରେ ଏକ ଇଟା ବୋଝେଇ ଟ୍ରାକ୍ଟର ନଂ-ଓଡି ୧୭ ଏମ୍ ୫୮୬୮,ଟ୍ରଲି ନଂ-ଓଡି ୧୭ ଏମ୍ -୫୯୮୮ ଓ ବାଇକ୍ ନଂ-ଓଡି ୧୭ ଏସି ୭୭୦୮ ଧକ୍କା ହେବା ସହ ବାଇକ୍ ଆରୋହୀ ଛିଟିକି ପଡ଼ି ବାଇକ୍ କୁ ଟ୍ରାକ୍ଟର ଦଳି ଦେଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ବାଇକ୍ ଚାଳକ ଓ ଯିବା ଆସିବା ଲୋକେ।ଏନେଇ ସ୍ଥାନୀୟ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଗାଡ଼ି ଦ୍ବୟ କୁ ଥାନା କୁ ନେଇ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ସେୟାର କରନ୍ତୁ

Next Post

ଦଧିଚି ଶିଳ୍ପ ତାଲିମ କେନ୍ଦ୍ରର ସମାବର୍ତ୍ତନ ଉତ୍ସବ...

Wed Oct 30 , 2024
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସୁନ୍ଦର ଗ୍ରାମ ସ୍ଥିତ ଦଧିଚି ଶିଳ୍ପ ତାଲିମ କେନ୍ଦ୍ରରେ ଆଜି ସମାବର୍ତ୍ତନ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସରକାରୀ ପଲିଟେକନିକ୍ ଅଧ୍ୟକ୍ଷ ଡକ୍ଟର ରଜତ କୁମାର ପାଣିଗ୍ରାହୀ, ସମ୍ମାନୀୟ ଅତିଥି ଭାବେ ଉତ୍କଳ ଚାମ୍ବରସ୍ ଅଫ୍ କମର୍ସର ସମ୍ପାଦକ ଡକ୍ଟର ସଂଜୀଵ ମହାପାତ୍ର ଏଵଂ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ସ୍କିଲ୍ ଡେଭଲପମେଣ୍ଟ […]

You May Like

Pin It on Pinterest