ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାସ୍ତବ ବ୍ୟୁରୋ: ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ସେ ଆସନ୍ତା ୨ ତାରିଖ ଠାରୁ ୭ ଦିନ ପାଇଁ ଲଣ୍ଡନ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀମତୀ ପରିଡ଼ା ଲଣ୍ଡନ ଗସ୍ତ କରିବେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ଶ୍ରୀମତୀ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି ‌ବୋଲି ଲୋକ ସଂପର୍କ ଅଧିକାରୀ ତନୁଜା ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  

ସେୟାର କରନ୍ତୁ

Next Post

ବଙ୍ଗୋପସାଗରରେ ଆସୁଛି ଆଉଏକ ଲଘୁଚାପ...

Fri Nov 1 , 2024
ବାସ୍ତବ ବ୍ୟୁରୋ: ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ । ୭ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।  ଓଡ଼ିଶାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ । ଏବେ ପାଗ […]

You May Like

Pin It on Pinterest