ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାସ୍ତବ ବ୍ୟୁରୋ: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସେ ସିଙ୍ଗାପୁର ଗସ୍ତରେ ଯିବେ। ଉତ୍କର୍ଷ ଓଡ଼ିଶା, ମେକଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ସେଠାରେ ହେବ ରୋଡ୍ ଶୋ’। ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯୋଗଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସିଙ୍ଗାପୁର ଗସ୍ତରେ ଯିବେ। 

ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କ‌ନ୍‌କ୍ଲେଭ୍‌-୨୦୨୫ ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତମାସ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ରୋଡ୍‌ ସୋ’ ଆୟୋଜନ କରାଯାଇଛି। ଏହି ଦୁଇ ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଛନ୍ତି।

ସେୟାର କରନ୍ତୁ

Next Post

୧୦ ତାରିଖରୁ ବନ୍ଦ ରହିବ ଟ୍ରକ୍ ପରିବହନ

Sun Nov 3 , 2024
ବାସ୍ତବ ବ୍ୟୁରୋ: ନଭେମ୍ବର ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ଓ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ ନକଲେ ୧୦ ତାରିଖରୁ ବନ୍ଦ ରହିବ ଟ୍ରକ୍ ପରିବହନ । ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛି ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘ । ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ […]

You May Like

Pin It on Pinterest