ବାସ୍ତବ ବ୍ୟୁରୋ: ଆସନ୍ତା ୨୪ରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା । ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା ’ ଟଙ୍କା । ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହିବେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଯାଇସାରିଥିବା ବେଳେ ବ୍ଲକସ୍ତରରେ ଖାରଜ ତାଲିକା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ବ୍ୟାଙ୍କ,ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରିନେଲେ ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ । ନଚେତ ବାଦ ପଡ଼ିଥିବା ମହିଳାମାନଙ୍କୁ ଆସନ୍ତା ପର୍ଯ୍ୟାୟରେ ସାମିଲ କରିବାକୁ ଟାର୍ଗେଟ ରଖାଯାଇଛି।
ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜାନରୁ ବଞ୍ଚିତ ହେବେନି। ସମସ୍ତ ହକଦାରଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।
ସୂଚନାନୁଯାୟୀ, ଏଯାବତ ପ୍ରାୟ ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ରାଜ୍ୟ ସରକାର କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତି।