
ବରଗଡ଼(ନବୀନ କୁମାର ଦାଶ):ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ ରେ ପଶ୍ଚିମ ଓଡିଶା ଇତିହାସ ସମ୍ମେଳନ’ର ଦ୍ବିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଇତିହାସ ବିଭାଗ ଦ୍ୱାରା ଆୟୋଜିତ ଉକ୍ତ ସମ୍ମେଳନର ଉଦଘାଟନୀ ସଭାରେ ସଂଯୋଜକ ତଥା ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ସ୍ବାଗତ ଭାଷଣ ପ୍ରଦାନ ଓ ସଭା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସହକାରୀ ପ୍ରଫେସର ଡକ୍ଟର ପୁଷ୍ପିତା ରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପଶ୍ଚିମ ଓଡିଶା ଇତିହାସ ସମ୍ମେଳନର ସଭାପତି ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ବାବା ମିଶ୍ର ଏବଂ ସମ୍ପାଦକ ଡକ୍ଟର ତ୍ରିଲୋଚନ ଜେନା ଯୋଗଦେଇ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ତଥା ବିଷୟ ବିଶେଷଜ୍ଞ ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ପତିତପାବନ ମିଶ୍ର,ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମର ନାୟକ ଏବଂ ବିଶେଷ ଅତିଥି ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସହକାରୀ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ନିଜ ନିଜର ଅଭିମତ ପ୍ରଦାନ କରିଥିଲେ।ଓଡିଆ ସାହିତ୍ୟ ରେ ସୁପରିଚିତ ପଶ୍ଚିମ ଓଡିଶାର କବି,ଲେଖକ ଏବଂ ଅନାଲୋଚିତ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଅତିଥିବୃନ୍ଦ ଆଲୋଚନା କରି ସନ୍ଥ କବି ଭୀମ ଭୋଇ,ରୋମାଣ୍ଟିକ କବି ମାୟାଧର ମାନସିଂହ,ବିନୋଦ ଚନ୍ଦ୍ର ନାୟକ,ସ୍ବଭାବ କବି ଗଙ୍ଗାଧର ମେହେର,ହଳଧର ନାଗ,ଦୟାନିଧି ମିଶ୍ର ପ୍ରମୁଖଙ୍କ ବିଶ୍ବ ହିତସାଧନ ଅନୁଚିନ୍ତା,ପ୍ରକୃତି ବର୍ଣ୍ଣନା,ଆଶାବାଦ ଚେତନାର ଆଲେଖ୍ୟ ଓ ଅବଦାନ ପରବର୍ତ୍ତୀ ପିଢ଼ି ପାଇଁ ଯେ ନିଶ୍ଚିତ ରୂପେ ପ୍ରେରଣାଦାୟୀ ବୋଲି ମତ ପ୍ରକାଶ କରିଥିଲେ।ମଧ୍ୟାହ୍ନ ଭୋଜନ ବିରତି ପରେ ଦୁଇଟି ପର୍ଯ୍ୟାୟରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଅଧିବେଶନରେ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ବରଗଡ଼ ର ପ୍ରାଧ୍ୟାପକ ଡକ୍ଟର ସତ୍ୟନାରାୟଣ ନନ୍ଦ ସଭାପତିତ୍ବ କରିଥିଲାବେଳେ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସହକାରୀ ପ୍ରଫେସର ଡକ୍ଟର ପୁଷ୍ପିତା ରାଣୀ ବେହେରା।ଦ୍ବିତୀୟ ଅଧି ବେଶନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ସମ୍ବଲପୁରର ସହକାରୀ ପ୍ରଫେସର ଡକ୍ଟର ରଘୁ ମଣି ନାୟକ ସଭାପତିତ୍ବ କରିଥିଲା ବେଳେ ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ଼ର ସହକାରୀ ପ୍ରଫେସର ଡକ୍ଟର ସାକିର ହୁସେନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ସମ୍ମେଳନରେ ନିଜ ନିଜର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଐତିହାସିକ,ଗବେଷକ ଗବେଷିକା।ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ ସହକାରୀ ପ୍ରଫେସର ଡକ୍ଟର ବିଭୂତି ଭୂଷଣ ଶତପଥୀ।ପ୍ରକାଶଥାଉ କି ଏହି ଅବସରରେ ପଶ୍ଚିମ ଓଡିଶା ଇତିହାସ ସମ୍ମେଳନର କାର୍ଯ୍ୟକାରୀ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ଆଗାମୀ ଦୁଇ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ନୂତନ ସଦସ୍ୟମାନଙ୍କୁ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ମନୋନୀତ କରାଯାଇଥିଲା।ସଭାପତି ଭାବେ ସୁନ୍ଦର ଗଡ଼ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଗୈାରୀଶଙ୍କର ପଟେଲ,ଉପ ସଭାପତି ଭାବେ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ , ସଚିବ ଭାବେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସାକିର ହୁସେନ, ଯୁଗ୍ମ ସଚିବ ଭାବେ ସ୍ଵୟଂଶାସିତ ମହାବିଦ୍ୟାଳୟ ଖଡ଼ିଆଳର ସହକାରୀ ପ୍ରଫେସର ରାଜ କୁମାର ରେଟ ଏବଂ କୋଷାଧ୍ୟକ୍ଷ ଭାବରେ ସୋନପୁର ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସୁଦାମ ଦିପ ଯଥାକ୍ରମେ ମନୋନୀତ ହୋଇଥିଲେ।କାର୍ଯ୍ୟକ୍ରମଟି ନୃତ୍ୟ ଗୀତ ମାଧ୍ୟମରେ ସମାପନ ହୋଇଥିଲା।