ଆନନ୍ଦ ସେବା ସଦନ ବୃଦ୍ଧାଶ୍ରମ ଠାରେ ନାମ ଯଜ୍ଞ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର…

ବରଗଡ଼୯/୧୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ପଞ୍ଚାୟତ ର ବଡ଼ ପିପିଲିପାଲି “ଆନନ୍ଦ ସେବା ସଦନ” ବୃଦ୍ଧାଶ୍ରମ ଠାରେ ଗୋଷ୍ଟାଷ୍ଟମୀ ଉପଲକ୍ଷେ ଏକ ଦିବସୀୟ ନାମଯଜ୍ଞ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ କର୍ତ୍ତା ଭାବରେ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଧର୍ମପତ୍ନୀ ଅନୀତା ମହାପାତ୍ର ଦାଇତ୍ବ ତୁଲାଇ ଥିବାବେଳେ ପରିଚାଳନା ଦାୟିତ୍ୱରେ ଆନନ୍ଦ ସେବା ସଦନ ଅନାଥାଶ୍ରମର ମୁଖ୍ୟ ଆନନ୍ଦ ସେଟ ରହିଥିଲେ।ଲୁପୁରସିଂହା ଓ କର୍ଲା ବାହାଲି ସଙ୍କୀର୍ତ୍ତନ୍ୟ ଦେଖିବାକୁ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ।ଏହି ଅବସରରେ ଆନନ୍ଦ ସେବାଶ୍ରମ ପ୍ରଥମ ଥର ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ବରଗଡ ବ୍ଲଡ୍ ବ୍ୟାଙ୍କ ତରଫରୁ ରକ୍ତଭଣ୍ଡାର ଅମରଜିତ ମହାନ୍ତି, ରୋହିତ କଲେତ,ରାଜେଶ ରଣା, କୃଷ୍ନ ସାହୁ ଙ୍କ ଦ୍ଵାରା ୧୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ଏହି ସମୟ ରେ ସେବା ପରିବାର,ମାହେଶ୍ଵରୀ ସେନା ଓ ଅମୃତ କୁଟୁମ୍ ର ସଦସ୍ୟ ମାନେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ପରିଚାଳନା ରେ ସହଯୋଗ କରିଥିଲେ।ଆନନ୍ଦ ସେବାଶ୍ରମ ଗୋଷ୍ଠାଷ୍ଠମୀ ଉପଲକ୍ଷେ ବରଗଡ ର ସୁଦାମ ମହାରଣା ଅନ୍ତେବାସୀ ମାନଙ୍କୁ ୨୫ ଖଣ୍ଡ ଶୀତବସ୍ତ୍ର ପ୍ରଦାନ କରି ବୃଦ୍ଧ,ବୃଦ୍ଧାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ସେୟାର କରନ୍ତୁ

Next Post

ଅମ୍ବାଭୋନା ଓଡିଶା ଆଦର୍ଶ ବିଦ୍ଯାଳୟରେ ବିଦ୍ୟାଳୟସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ...

Sun Nov 10 , 2024
ବରଗଡ଼୧୦/୧୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅମ୍ବାଭୋନା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ଯାଳୟରେ ବିଦ୍ୟାଳୟ ସ୍ତରୀୟ ଶିଶୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁଧାମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସଭାପତିତ୍ବରେ ଅନୁଷ୍ଠିତ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବରେ ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ […]

You May Like

Pin It on Pinterest