
ବରଗଡ଼୧୦/୧୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅମ୍ବାଭୋନା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ଯାଳୟରେ ବିଦ୍ୟାଳୟ ସ୍ତରୀୟ ଶିଶୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷ ସୁଧାମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସଭାପତିତ୍ବରେ ଅନୁଷ୍ଠିତ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବରେ ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ମନୋହର ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶୀଳ କୁମାର ନାଏକ ଶିଶୁ ବିଜ୍ଞାନ ମେଳା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖମାରୀ ଶିକ୍ଷାର୍ଥୀମାନେ ବୈଜ୍ଞାନିକ ହେବା ପାଇଁ ଉପଯୁକ୍ତ ମନୋବୃତ୍ତି ପୋଷଣ କରି ନିରନ୍ତର ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ପ୍ରଦର୍ଶନୀ ରେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମାର୍ଗଦର୍ଶନରେ ଶିକ୍ଷାର୍ଥୀଙ୍କ ଦ୍ଵାରା ପ୍ରସ୍ତୁତ ସର୍ବମୋଟ ୫୪ଟି ବୈଜ୍ଞାନିକ ପ୍ରକଳ୍ପ ସ୍ଥାନ ପାଇ ଥିଲା।ସର୍ବ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରିଥିଲେ।ଶିକ୍ଷକ ଗଙ୍ଗାରାମ ମିର୍ଦ୍ଧା,ବିକାଶ ପଧାନ,ନିକେଶ ସାହୁ, ମୁକେଶ କୁମାର ସାହୁ,ମହେଶ୍ୱର ପଧାନ ଏବଂ ଶିକ୍ଷୟିତ୍ରୀ ତୃପ୍ତିମୟୀ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷକ ଆଦିତ୍ୟ ଭୁଏ ଏବଂ ଶିକ୍ଷୟିତ୍ରୀ ଦେବ ପ୍ରିୟା ତାଣ୍ଡି ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ହିନ୍ଦୀ ଶିକ୍ଷକ କୀର୍ତ୍ତି ଚନ୍ଦ୍ର ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।