ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ନିର୍ବାଚନ -୨୦୨୪

ସଂଜୟ ଶତପଥୀ(କଟକ): ବହୁ ଦିନର ପ୍ରତିକ୍ଷା ର ଅନ୍ତ ଘଟିବା ସହ ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର କର୍ମକର୍ତ୍ତା ନିର୍ବାଚନ-୨୦୨୪ ଅନୁଷ୍ଠିତ ହୋଇଛି। ଆଜି କଟକ ର ଓଡ଼ିଶା ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ଏହି ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି।

ଗତକାଲି ଶାନ୍ତି ଶୃଙ୍ଖଳା ର ସହ ଏହି ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପରେ ଭୋଟବାକ୍ସକୁ ବାଟାଲିୟନ ପରିସରରେ କଡା ସୁରକ୍ଷାରେ ରଖା ଯାଇଥିଲା। ଆଜି ଏହି ଭୋଟ ବାକ୍ସ କୁ ଗଣତି ସ୍ଥାନକୁ ଅଣାଯାଇ ଭୋଟ ଗଣତି କରାଯାଇଥିଲା। ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଙ୍କ ଉପସ୍ଥିତି ରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଭୋଟ ଗଣତି କାର୍ଯ୍ୟକ୍ରମ ସମାପନ ହେବା ପରେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର (ଭା.ପୋ.ସେ) ଙ୍କ ଦ୍ଵାରା ନିର୍ବାଚନ ଫଳାଫଳର ଘୋଷଣା କରାଯାଇଥିଲା।ଏହି ନିର୍ବାଚନ ରେ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ର ସଭାପତି ଶ୍ରୀ ଅନିଲ୍ କୁମାର ଷଣ୍ଢ ସଭାପତି ଭାବେ,ଓ ହାବିଲଦାର ଓ ସିପାହୀ ଶାଖା ସଂଘ,୧ମ‌ ବାଟାଲିୟନ ଢେଙ୍କାନାଳର ସଭାପତି ଶ୍ରୀ କିଶୋର କୁମାର ମହାନ୍ତି ସାଧାରଣ ସମ୍ପାଦକ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରାର୍ଥୀ ଭାବେ ଶ୍ରୀ ଗୋରା ଚାନ୍ଦ ତ୍ରୀପାଠୀ, ସଂଗଠନ ସମ୍ପାଦକ ଶ୍ରୀ ବାବୁଲି ନାୟକ,ଯୁଗ୍ମ-ସମ୍ପାଦକ(କ) ଭାବେ ହାବିଲଦାର ଓ କନେଷ୍ଟବଳ ସଂଘ,ଜି.ଆର୍.ପି, କଟକ ର ସଭାପତି ଶ୍ରୀ ମାନସ କୁମାର ବାରିକ,ଯୁଗ୍ମ -ସମ୍ପାଦକ(ଖ) ଭାବେ ଶ୍ରୀ ଦୀପକ ପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ସି.ଇ.ସି, ହାବିଲଦାର ଓ କନେଷ୍ଟବଳ ସଂଘ, ବ୍ରହ୍ମପୁର ଶ୍ରୀ ଗୈାରୀଶଙ୍କର ମିଶ୍ର ବିଜୟ ଲାଭ କରିଥୂବା ମାନନୀୟ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଓ ମାନନୀୟ ଦୁର୍ଗପତି ଘୋଷଣା କରିବା ସହ ମହାସଂଘର ସମସ୍ତ ବିଜୟୀ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ମହାସଂଘର ଶପଥ ଗ୍ରହଣ ଉତ୍ସବ ମାନନୀୟ ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ରେ ଓ ମହାନିର୍ଦ୍ଦେଶକଙ୍କ ଉପସ୍ଥିତିରେ କରାଯିବା ର କାର୍ଯ୍ୟକ୍ରମ ରହିଛି ବୋଲି ନବନିର୍ବାଚିତ କର୍ମକର୍ତ୍ତା କହିଛନ୍ତି।

ସେୟାର କରନ୍ତୁ

Next Post

୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Wed Nov 20 , 2024
ବାସ୍ତବ ବ୍ୟୁରୋ: ଆସନ୍ତା ମାସ ୩ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର କୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତର ରାଷ୍ଟ୍ରପତି ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର […]

You May Like

Pin It on Pinterest