କେନ୍ଦ୍ରାପଡା ଜିଲ୍ଲାପାଳ ଅଫିସି ସମ୍ମୁଖରେ ଶ୍ରମିକ- କୃଷକ ଚେତାବନୀ ସମାବେଶ…

ଜୟନ୍ତ ଶତପଥୀ(କେନ୍ଦ୍ରାପଡା):୨୮/୧୧/୨୦୨୪- କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡରେସନ ସମୂହର ମିଳିତ ମଞ୍ଚ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ୧୨ ଦଫା ଦାବି ନେଇ ସର୍ବଭାରତୀୟ ଡ଼ାକରାରେ ମଙ୍ଗଳବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସି ସମ୍ମୁଖରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ସମସ୍ତ ଫସଲ ପାଇଁ ଆଇନଗତ ଭାବେ ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲ ପାଇଁ ସି-୨ ଯୁକ୍ତ ଏହାର ୫୦ ଶତାଂଶ ହାରରେ ସର୍ବନିମ୍ନ ସାହାୟକ ମୂଲ୍ୟ ପ୍ରଦାନ କରିବା କାର୍ଯ୍ୟକାରୀ କରାଯାଉ।୪ଟି ଶ୍ରମ କୋଡ୍ ଉଚ୍ଛେଦ କରାଯାଉ, ଶ୍ରମର ଆଉଟସୋର୍ସିଂ ନିଯୁକ୍ତି ଓ ଠିକା-କରଣ (ଚୁକ୍ତିଭିତ୍ତିକ ଚାକିରି ପ୍ରଦାନ) ବନ୍ଦ କରାଯାଉ , ଏବଂ ସମସ୍ତଙ୍କ ପାଇଁ ରୋଜଗାର ସୁନିଶ୍ଚିତ କରାଯାଉ ।

ସଂଗଠିତ, ଅସଂଗଠିତ ଓ କୃଷି କ୍ଷେତ୍ରର ସମସ୍ତ ଶ୍ରମିକଙ୍କ ପାଇଁ ଜାତୀୟ ସର୍ବନିମ୍ନ ମଜୁରୀ ମାସିକ ୨୬,୦୦୦ ଟଙ୍କା ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକାରୀ କରାଯାଉ ।କୃଷକ ଓ କୃଷି ଶ୍ରମିକମାନଙ୍କୁ ଋଣବୋଝରୁ ମୁକ୍ତ କରିବା ପାଇଁ , ଏବଂ ଚାଷୀ ଆତ୍ମହତ୍ୟାକୁ ବନ୍ଦ କରିବା ପାଇଁ ବ୍ୟାପକ ଋଣ ଛାଡ଼ କରାଯାଉ ।ନ୍ୟାସନାଲ ମନିଟାଇଜେସନ୍ ପାଇପଲାଇନ୍(ଏନ୍ ଏମ୍ ପି)କୁ ରଦ୍ଦ କରାଯାଉ ।

ସେୟାର କରନ୍ତୁ

Next Post

ଝାଡଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ

Thu Nov 28 , 2024
ବାସ୍ତବ ବ୍ୟୁରୋ: ଆଜି ହେମନ୍ତ ସୋରେନ ଝାଡଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚତୁର୍ଥ ଇନିଂସ୍ ଆରମ୍ଭ କରିଛନ୍ତି। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୂଚନାନୁଯାୟୀ, କୌଣସି ମନ୍ତ୍ରୀ […]

You May Like

Breaking News

Pin It on Pinterest