ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନର ୫ମ ଦିବସରେ କଟକ ସଦର ବିଡ଼ିଓ ଙ୍କୁ ପେନସନର ମହାସଂଘ ପକ୍ଷରୁ ଦାବିପତ୍ର…

କଟକ(ସଂଜୟ ଶତପଥୀ):ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଅନ୍ତର୍ଭୁକ୍ତ ଯସପଡା, ୪୨ମୌଜା, ବେଲେଶ୍ୱର ଓ ନୂଆବଜାର ଜୋନ ପକ୍ଷରୁ ପ୍ରତିକୂଳ ପାଗ ସତ୍ତ୍ୱେ ବହୁ ପେନସନଧାରୀ ଏକାଠି ହୋଇ ବିଡ଼ିଓ ଙ୍କ ଅନୁ ପସ୍ଥିତିରେ ବ୍ଲକର ଅର୍ଥ ଅଧିକାରୀଙ୍କୁ ଚିକିତ୍ସା ଭତ୍ତା ସହ ଅନ୍ୟ ଆଠ ଦଫା ଦାବିଉପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି।

ଏହା ପ୍ରଫୁଲ କୁମାର ନାୟକ,ସୁବୋଧ କୁମାର ମହାନ୍ତି, ପ୍ରେମାନନ୍ଦ ଜେନା ଓ ବିଜୟ କୁମାର ବିଶ୍ବାଳ ଉକ୍ତ ପ୍ରେସ ନୋଟ ରେ ପ୍ରକାଶ କରିଛନ୍ତି ।କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ୬୫ବର୍ଷରୁ ଅତିରିକ୍ତ ପେନସନ, ପିଜିପିଏ ବିଭାଗର ପୁନଃ ସ୍ଥାପନ, କମୁଟେସନ ଦେୟର ଅବଧି ୧୨ବର୍ଷକୁ ହ୍ରାସ, କ୍ବାଲିଫାଇଙ୍ଗ ସର୍ଭିସ ୨୦ବର୍ଷକୁ ହ୍ରାସ, ୧୮ମାସର ମହଙ୍ଗା ଭତ୍ତା ପ୍ରଦାନ, ପେ ମାଟ୍ରିକସ ଆଧାରରେ ପେନସନ ନିର୍ଦ୍ଧାରଣ, ପୁରୁଣା ପେନସନ ଯୋଜନା ଚାଲୁ ଆଦି ୯ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ମୁଖ୍ୟ ସଂଯୋଜକ ଶ୍ରୀ ସୁବୋଧ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ଗୃହୀତ ହୋଇ ଶ୍ରୀ ଅଜୟ ପଟନାୟକ, ଡ଼.ପ୍ରଫୁଲ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଶରତ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀଦଳ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଅନୁଷ୍ଠିତ ସଭାରେ ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ମହାସଚିବ ଗୋକୁଳାନନ୍ଦ ବେହେରା ଯୁଗ୍ମ ସମ୍ପାଦକ ସୁଦର୍ଶନ ପ୍ରଧାନ,ଅନ୍ୟତମ ସଂଯୋଜକ ଗୋପୀନାଥ କର, ବରିଷ୍ଠ ନେତୃତ୍ୱ ଶିଶିର କୁମାର ନାୟକ, ବିଭୁ ପଦାରବିନ୍ଦ ଆଚାର୍ଯ୍ୟ, ବିଭୁତି ଭୂଷଣ ମହାନ୍ତି, ଧୀରେନ୍ଦ୍ର କୁମାର ନାୟକ ପେନସନର ମାନଙ୍କ ଦାବୀପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନ କରିବା ସହିତ ଚିକିତ୍ସା ଭତ୍ତା ସହ ଅନ୍ୟ ଜରୁରୀ ଦାବି ଗୁଡିକ ର ଆସୁ ସମାଧାନ କରିବାକୁ ସରକାର ଆଗେଇ ଆସିବା ନିମନ୍ତେ ଆହ୍ୱାନ ଦେଇଥିବା ବିଷୟ ମହାସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ଦାସ ଜଣାଇଛନ୍ତି ।

ସେୟାର କରନ୍ତୁ

Next Post

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଭୁଶୁଡିଲା ନିର୍ମାଣାଧୀନ ଟନେଲ

Sun Dec 1 , 2024
ବାସ୍ତବ ବ୍ୟୁରୋ: ଆଜି (ରବିବାର) ସକାଳେ ରାଜସ୍ଥାନ କୋଟା ନିକଟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ନିର୍ମାଣାଧୀନ ଟନେଲର ଗୋଟିଏ ପାର୍ଶ୍ୱ  ଭୁଶୁଡି ପଡିଛି, ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ତୁରନ୍ତ କୋଟା ହସ୍ପିଟାଲ ପଠାଯାଇଛି। ଯେତେବେଳେ ଦୁର୍ଘଟଣା ଘଟିଲା ଶ୍ରମିକମାନେ ନିଜନିଜ କାମ କରୁଥିଲେ, ଫଳରେ କିଛି ଲୋକ ଧ୍ୱଂସସ୍ତୁପ ତଳେ ପୋତି ହୋଇଯାଇଥିଲେ।  ସ୍ଥାନୀୟ […]

You May Like

Pin It on Pinterest