
ବରଗଡ଼୩/୧୨(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦ ଘାଟନ କରିଥିବା ବେଳେ କଲେଜର ବରିଷ୍ଠ ଅଧ୍ୟାପକ ବୃନ୍ଦ ‘ରକ୍ତ ଦାନ ମହାନ ଦାନ’ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ଯ ପ୍ରଦାନ କରି ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ।ଚଳିତ ବର୍ଷ ୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଭିମସାର ବୁର୍ଲା ରକ୍ତ ଭଣ୍ଡାର ର ଡା.ଏସ.ପଣ୍ଡା, ଦେବାଶିଷ ମିଶ୍ର,ଜନକ ବେହେରା,ପି.ଭୋଇ,ରମେଶ ଚନ୍ଦ୍ର ବେହେରା,ଏଲ.ବିଶ୍ବାଳ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ।
ଏଥିସହ ୫୦ ଜଣ ଛାତ୍ରଛାତ୍ରୀ ଙ୍କ ରକ୍ତରେ ହିମୋ ଗ୍ଲୋବିନ ପରିମାଣ ପରୀକ୍ଷା କରାଯାଇ ଥିଲା।ଚଳିତ ବର୍ଷ ଅଧ୍ୟାପକ ପ୍ରଦୀପ ପଣ୍ଡା,ସରୋଜ ନାୟକ,ସୁବଳ ରଂଜନ ସାହୁ,ଜୟ ପ୍ରକାଶ ସାହୁ,ମୁକେଶ ପ୍ରଧାନ, ସିମାଞ୍ଚଳ ଶତପଥି ସମେତ ନିତିଶ, ଆର୍ଯ୍ୟନ,ରୂପାଲି,ରାହୁଲ,ଅଂଶୁ, କୃର୍ତ୍ତିବାସ,ଚିନ୍ମୟ,ସୁଂଧାସୁ,ସତ୍ୟମ, ଗାୟତ୍ରୀ, ସ୍ନେହମୟୀ, ଅରୂପା, ଜୟନ୍ତ, ପୁରୁଷୋତ୍ତମ ,କେଦାର, ସୁମନ,ସଂଜୁ, ଘଣ୍ଟେଶ୍ବର,ଆଙ୍କାକ୍ଷା,ଅଭିରାମ,ଶୁଭ କାନ୍ତି,ମନିଷା ପ୍ରମୁଖ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ।ଏଥିରେ ଯୁବ ରେଡକ୍ରସ ଅଧିକାରୀ ସୁନୀଳ କୁମାର ପ୍ରଧାନ, କାଦମ୍ବିନୀ ଗୁରୁ,ବୀଣା ମେହେର, ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଅଜିତ କୁମାର ନାଥ,ଗଣେଶ ସିଂ, ସଂଘମିତ୍ରା ମହାକୁର ସହଯୋଗ କରି ଥିଲେ।
କଲେଜର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ୨୬ ଥର ଓ ସରୋଜ କୁମାର ନାୟକ ୨୫ ଥର ରକ୍ତଦାନ କରିଥିବାରୁ ଛାତ୍ରଛାତ୍ରୀ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା।ଏଥିରେ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ସମସ୍ତ ସ୍ବେଚ୍ଛାସେବୀଙ୍କ ସକ୍ରୀୟ ଅଂଶ ଗ୍ରହଣ ରହିଥିଲା।