
ସଂଜୟ ଶତପଥୀ(କଟକ): ଭାରତବର୍ଷରେ ସୁନା,ରୂପା ତଥା ଚାନ୍ଦି ଗହଣା ର ତାରକସୀ କାର୍ଯ୍ୟରେ ଦକ୍ଷତା ରଖିଥିବା ତଥା ବିଶେଷ କରି ସର୍ବଶ୍ରେଷ୍ଠ ମାନ୍ୟତା ପାଇଥିବା ଓଡ଼ିଶା ରାଜ୍ୟ ର କଟକ ସହରରେ ଥିବା “ଜାଡେ ହଲ୍” ପରିସରରେ ଓଡ଼ିଶା ର ସମସ୍ତ ଜୁଏଲାରୀ ବ୍ୟବସା଼ୟୀକ ଅନୁଷ୍ଠାନ ର ମିଳିତ ସଂଘ ଓଡ଼ିଶା ଜୁଏଲାରୀ ଆସୋସିଏସନ୍ ର ଚଳିତ ବର୍ଷ ୨୦୨୪ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଯିବା ସହ ନିର୍ବାଚନ ର ଫଳାଫଳ ଘୋଷଣା ହୋଇଯାଇଛି।
ସମସ୍ତ ନିର୍ବାଚନ ପ୍ରକ୍ରିୟା ର ନିୟମାବଳୀ ଅନୁସାରେ ନିର୍ବାଚନ ସରିଥୂବା ବେଳେ ନିର୍ବାଚନ ଅଧିକାରୀ ଙ୍କ ଦ୍ଵାରା ଆସୋସିଏସନ୍ ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। ନିର୍ବାଚନର ଫଳାଫଳ ଓ ନିର୍ବାଚନ ଅଧିକାରୀ ଙ୍କ ଘୋଷଣା ଅନୁଯାୟୀ ଓଡ଼ିଶା ଜୁଏଲାରୀ ଆସୋସିଏସନ୍ ର ସଭାପତି ଭାବେ ଶ୍ରୀ ସଞ୍ଜୟ ସାହୁ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ସୈାରଭ ରାୟ, ସଂଗଠନ ସମ୍ପାଦକ ଭାବେ ଶ୍ରୀ ଦିଲ୍ଲୀପ ପୃଷ୍ଟି ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ ଭାବିକ୍ ମେହେଟା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ କର୍ମକର୍ତ୍ତା ଙ୍କ ଦ୍ଵାରା ଏକ ସାଧାରଣ ବୈଠକ ର ଆୟୋଜନ କରାଯାଇଥିଲା ଏବଂ ଆସୋସିଏସନ୍ ର ନିୟମାବଳୀ ଅନୁସାରେ ଅବଶିଷ୍ଟ ପଦବୀ ଆଗାମୀ ସାଧାରଣ ବୈଠକ ରେ ସର୍ବସମ୍ମତିକ୍ରମେ ପୂରଣ ହେବ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ସାହୁ ମତପ୍ରକାଶ କରିବା ସହ ସମଗ୍ର ଓଡ଼ିଶାର ସଦସ୍ୟମାନେ ତାଙ୍କୁ ଉପଯୁକ୍ତ ଭାବି ଚୟନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲ।