ହନୁମାନ ମନ୍ଦୀର ପ୍ରତିଷ୍ଠା ଅବସରରେ ରକ୍ତଦାନ ଶିବିର

ବରଗଡ଼୫/୧୨(ନବୀନ କୁମାର ଦାଶ):ବରଗଡ଼ ୱାର୍ଡ ନମ୍ବର ୧୪ ସୁବାସ ନଗର ଠାରେ ଶ୍ରୀ ଶ୍ରୀ ହନୁମାନ ପ୍ରଭୂ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସର ରେ ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଶିବିରକୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ସରୋଜ କୁମାର ସାହୁ,ସମ୍ପାଦକ ପଞ୍ଚାନନ ପଧାନ,ସଦସ୍ୟ ନୀରୋଜ ପାତ୍ର ଓ ଆଲୋକ ରଞ୍ଜନ ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ।ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୧୨ଜଣ ମହିଳା ରକ୍ତ ଦାତା ଙ୍କ ସମେତ ୨୧ଜଣ ପୁରୁଷ ରକ୍ତ ଦାତା ଙ୍କୁ ମିଶାଇ ସର୍ବମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଶିବିରକୁ ନିଷ୍ଠା ପରିବାର ସଦସ୍ୟ/ସଦସ୍ୟା ମାନେ ଓ ମନ୍ଦିର କମିଟି ର ସଦସ୍ୟ ମାନେ ପରିଚାଳନା କରିଥିଲେ।ପରିଶେଶ ରେ ରକ୍ତଦାନ ଶିବିର ଆୟୋଜନ ପାଇଁ ହନୁମାନ ମନ୍ଦୀର ପ୍ରତିଷ୍ଠା କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ମନ୍ଦିର କମିଟି ପକ୍ଷରୁ ମଧ୍ୟ ନିଷ୍ଠା ପରିବାର କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।ସମସ୍ତ ରକ୍ତଦାତା,ସହ ଯୋଗୀ,ଶୁଭେଛୁ ଓ ମନ୍ଦିର ପ୍ରତିଷ୍ଠା କମିଟି ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସେୟାର କରନ୍ତୁ

Next Post

ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ

Thu Dec 5 , 2024
ବାସ୍ତବ ବ୍ୟୁରୋ : ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ଦେବେନ୍ଦ୍ର ଫଡନାବୀସ । ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ତାଙ୍କ ସହ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଅଜିତ୍ ପାୱାର ବି ପୁଣି ଥରେ […]

You May Like

Pin It on Pinterest