କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ…

ବରଗଡ଼୫/୧୨(ନବୀନ କୁମାର ଦାଶ):ଶ୍ରୀଅରବିନ୍ଦଙ୍କ ମହାସମାଧି ଦିବସ ଅବସରରେ ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବାଏହି କ୍ରୀଡ଼ା ଉତ୍ସବରେ ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ଶ୍ରୀମା ଅରବିନ୍ଦଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କ୍ରୀଡ଼ା ଉତ୍ସବକୁ ବରଗଡ଼ ଜିଲ୍ଲା ଶ୍ରୀଅରବିନ୍ଦ ଆଲୋକ ସେନା ଆବାହକ ଚନ୍ଦ୍ରକାନ୍ତ ପାଣ୍ଡେ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ।ସିନିଅର,ଜୁନିଅର,ସବ ଜୁନିଅର ବିଭାଗରେ ଅନୁଷ୍ଠିତ ସମସ୍ତ ଖେଳ ଗୁଡିକୁ କ୍ରୀଡ଼ା ବିଭାଗ ର ମୁଖ୍ୟ ରାଜେଶ ସେଟ ଓ ଜିତେନ୍ଦ୍ର ପ୍ରଧାନ ଙ୍କ ତତ୍ୱାବଧାନରେ ସମସ୍ତ ଶିକ୍ଷକ ଅପା ଭାଇ ପରିଚାଳନା କରିଥିଲେ l

ସେୟାର କରନ୍ତୁ

Next Post

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ ସ୍ଥାପନା...

Fri Dec 6 , 2024
ବରଗଡ଼/୪/୧୨(ନବୀନ କୁମାର ଦାଶ):ବରଗଡ଼ ହାଟପଦା ସଂଚାର ପଡ଼ିଆ ଠାରେ ବରଗଡ଼ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି। ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଦୀର୍ଘ ୧୧ ଦିନ ବ୍ୟାପୀ ଯାତ୍ରାରେ ବରଗଡ଼ ମଥୁରା ନଗରୀ ହେବାକୁ ଥିବାବେଳେ ଅମ୍ବାପାଲି ହେବ ଗୋପପୁର।ସେହିପରି ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବହି ଯାଉଥିବା […]

You May Like

Pin It on Pinterest