ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ ସ୍ଥାପନା…

ବରଗଡ଼/୪/୧୨(ନବୀନ କୁମାର ଦାଶ):ବରଗଡ଼ ହାଟପଦା ସଂଚାର ପଡ଼ିଆ ଠାରେ ବରଗଡ଼ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି।

ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଦୀର୍ଘ ୧୧ ଦିନ ବ୍ୟାପୀ ଯାତ୍ରାରେ ବରଗଡ଼ ମଥୁରା ନଗରୀ ହେବାକୁ ଥିବାବେଳେ ଅମ୍ବାପାଲି ହେବ ଗୋପପୁର।ସେହିପରି ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବହି ଯାଉଥିବା ଜୀରାନଦୀ ହେବ ଯମୁନାନଦୀ।ତେବେ ମହୋତ୍ସବ ଯେତିକି ପାଖେଇ ଆସୁଛି, ଅଞ୍ଚଳବାସୀଙ୍କ ମଧ୍ୟରେ ସେତିକି ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହେଉଛି।

ଗତ ବୁଧବାର ସନ୍ଧ୍ୟା ୬ଟା ୩୦ରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ବରଗଡ଼ ହାଟପଦା ସଞ୍ଚାର ମଣ୍ଡଳୀରେ ଧନୁଯାତ୍ରା ମହୋତ୍ସବ ର ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି।ଏହି ଅବସରରେ ଅପରାହ୍ନ ୫ଟାରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଅପରାହ୍ନ ୫ଟା.୩୦ମିନିଟ୍‌ରେ ସମଲେଶ୍ୱରୀ ମନ୍ଦିରରୁ ହାଟପଦା ସଞ୍ଚାର ମଣ୍ଡଳୀ ଅଭିମୁଖେ ଏକ ବର୍ଣ୍ଣାଢ୍ୟ ଶୋଭା ଯାତ୍ରା ବାହାରି ସନ୍ଧ୍ୟା ୬ଟା ୩୦ରେ ଶୋଭାଯାତ୍ରା ହାଟପଦା ସଞ୍ଚାର ମଣ୍ଡଳୀ ପହଞ୍ଚିବା ପରେ ପୂଜାର୍ଚ୍ଚନା ସହିତ ସେଠା ରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି।

ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲ,ଉପ ସଭାପତି ତଥା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଧନୁଯାତ୍ରାର ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ,ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର,ରାଜେନ୍ଦ୍ର ସିଂ,କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ତଥା ମହାମନ୍ତ୍ରୀ ଙ୍କ,ସମେତ ଅନ୍ୟ କଳାକାରବୃନ୍ଦ ଏବଂ ସମିତିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ରେଳ ଲାଇନ କଡରୁ ଯୁବତୀଙ୍କ ମୃତଦେହ ଉଦ୍ଧର...

Fri Dec 6 , 2024
ବରଗଡ଼୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଦେଇ ଯାଇଥିବା ରେଳ ଲାଇନ୍ ର ଗୋଡଭଗା ଚକୁଳି ଫାର୍ମ ମଝିରେ ଖୁଣ୍ଟି ନଂ ୫୭୮,୧୫ / ୧୭ ଖୁଣ୍ଟି ମଧ୍ୟରେ ରେ ଆଜି ସକାଳ ୧୦ ଟା ୩୦ ମିନିଟ ରେ ସମ୍ବଲପୁର ରୁ ଟିଟିଲାଗଡ଼ ଯାଉଥିବା ଏକ ମାଲବାହୀ ଗାଡ଼ି ରେ ଜଣେ ମହିଳା କଟି ଯାଇ ଆତ୍ମହତ୍ୟା କରିଥିବା ରେଲୱେ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆତ୍ମହତ୍ୟା […]

You May Like

Pin It on Pinterest