ଆସନ୍ତା ଡିସେମ୍ବର ୧୪ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ବାସ୍ତବ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରେ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ।

୧୪ରେ  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁ  ମୁହାଁ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଲଘୁଚାପର ପ୍ରଭାବରେ ଡିସେମ୍ବର ୧୧ ଏବଂ ୧୨ରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ।

ଡିସେମ୍ବର ୧୨ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡିଶାର କେତେକ ସ୍ଥାନ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଆଇଏମଡି ଏହା ମଧ୍ୟ କହିଛି ଯେ ଡିସେମ୍ବର ୧୨ ରୁ ୧୪ ମଧ୍ୟରେ କୌଣସି ବର୍ଷା ହେବ ନାହିଁ। ଏହି ସମୟ ମଧ୍ୟରେ ଶୁଖିଲା ପାଗର ସମ୍ଭାବନା ରହିଛି।

ସେୟାର କରନ୍ତୁ

Next Post

ସଞ୍ଜୟ ମଲହୋତ୍ରା RBI ଗଭର୍ଣ୍ଣର

Tue Dec 10 , 2024
ବାସ୍ତବ ବ୍ୟୁରୋ: ଆଜି ସରିଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ସେ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା […]

You May Like

Pin It on Pinterest