ସଞ୍ଜୟ ମଲହୋତ୍ରା RBI ଗଭର୍ଣ୍ଣର

ବାସ୍ତବ ବ୍ୟୁରୋ: ଆଜି ସରିଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ସେ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।

କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। RBI ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ଜଣେ।

ଏବେ ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ। ବର୍ତ୍ତମାନ ଦେଶର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ଆସନ୍ତା ବୁଧବାରରୁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ। ସଞ୍ଜୟ ମାଲହୋତ୍ରା ହେବେ RBIର ୨୬ତମ ଗଭର୍ଣ୍ଣର।

ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି। ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜ୍ୟୁଏଟ ହୋଇଥିବା ଶ୍ରୀ ମାଲହୋତ୍ରା ଲୋକ ନୀତି ବିଷୟ ବସ୍ତୁରେ ମାଷ୍ଟର ଡିଗ୍ରୀ ଆମେରିକାର ପ୍ରିନ୍ସଟନ ବିଶ୍ୱ ବିଦ୍ୟାଳୟରୁ ହାସଲ କରିଛନ୍ତି। 

ସେୟାର କରନ୍ତୁ

Next Post

୨୦୨୭ସୁଦ୍ଧା ମେଟ୍ରୋପ୍ରକଳ୍ପସାରିବାର ଲକ୍ଷ୍ୟ....

Tue Dec 10 , 2024
ବାସ୍ତବବ୍ୟୁରୋ: ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର’ମେଟ୍ରୋ ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଛି’‘୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି’୪ ବର୍ଷ ମଧ୍ୟରେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଛି । ସେୟାର କରନ୍ତୁ

You May Like

Pin It on Pinterest