ବରଗଡ଼-ଦେବାହାଲ ରେଳ ଲାଇନ କଡରୁ ଅଜଣା ଯୁବକଙ୍କ ମୃତ ଦେହଉଦ୍ଧାର

ବରଗଡ଼-୧୩/୧୨(ନବୀନ କୁମାର ଦାଶ):ବରଗଡ଼-ସମ୍ବଲପୁର ରେଲ ୱେ ଲାଇନ ଅତାବିରା ଥାନା ଅନ୍ତର୍ଗତ ଦେବାହାଲ ନିକଟ ୮କେସ୍ ନଂ ୬୦୧/ ୨୩/୨୫, ପାଖରେ ପାଖାପାଖି ୫ଫୁଟ ୧ଇଞ୍ଚ ଉଚ୍ଚତା ଗୌରବର୍ଣ୍ଣ ୨୫ ରୁ ୩୦ ବର୍ଷ ବୟସ ର ଏକ ଅଜଣା ଯୁବକ ର ମୃତ ଦେହ ଟ୍ରେନ ରେ କଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା।ଏହି ଖବର ପାଇ ସମ୍ବଲପୁର ରେଲୱେ ପୋଲିସ ଏ ଏସ ଆଇ ଜୋସ୍ନା ରାଣୀ ମହାନ୍ତି ସଦଲବଳେ ଘଟଣା ସ୍ଥଳକୁ ପହଞ୍ଚି ଆଖପାଖ ଅଞ୍ଚଳରେ ପଚରା ଉଚୁରା କରିଥିଲେ ହେଁ ଯୁବକଙ୍କ ପରିଚୟ ମିଳି ନଥିବା ଯୋଗୁଁ ମୃତ ଯୁବକକୁ ବୁର୍ଲା ଡାକ୍ତରଖାନା କୁ ପଠାଇ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ବ୍ୟବଚ୍ଛେଦ ପରେ ତାକୁ ଚିହ୍ନଟ ପାଇଁ ଚାରିଦିନ ପର୍ଯ୍ୟନ୍ତ ରଖାଯାଇଥିବା ର ସୂଚନା ମିଳିଛି।ହେଲେ ଯୁବକଟି ଆତ୍ମହତ୍ୟା କରିଛି ନାଁ କେଉଁ କାରଣ ରୁ ଘଟଣା ଘଟିଛି ତାହା ଏଯାବତ ସ୍ୱଷ୍ଟ ହୋଇପାରି ନାହିଁ।ସେନେଇ ରେଲ ୱେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସେୟାର କରନ୍ତୁ

Next Post

ରାଜ୍ୟରେ ପାରଦ ତଲମୁଁହା; ଶୀତର ପ୍ରକୋପ ବଢୁଛି 

Sat Dec 14 , 2024
ବାସ୍ତବ ବ୍ୟୁରୋ: ଦିନକୁ ଦିନ ପାରଦ ତଲମୁଁହା ହେବା ସହ ସାରା ଓଡ଼ିଶା ଥଣ୍ଡାରେ ଥରୁଛି । ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ୨ ଦିନ ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା। ଆସନ୍ତା ୨୪ ଘଣ୍ଟାାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି।  ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି […]

You May Like

Pin It on Pinterest