ବାସ୍ତବ ବ୍ୟୁରୋ: ଦିନକୁ ଦିନ ପାରଦ ତଲମୁଁହା ହେବା ସହ ସାରା ଓଡ଼ିଶା ଥଣ୍ଡାରେ ଥରୁଛି । ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ୨ ଦିନ ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା। ଆସନ୍ତା ୨୪ ଘଣ୍ଟାାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି।
ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୨ ଜିଲ୍ଲାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ଆସନ୍ତା ୨୪ ଘଂଟାରେ କଲାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମଧରଣର କୁହୁଡି ପଡ଼ିବାର ସମ୍ଭାବନା ଅଛି। ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତନ ହେବାର ନାହିଁ। ପରେ ୨ ରୁ ୫ ଡିଗ୍ରି ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି ।