ଗୋଡ଼ଭଗା ଏସ ବି ଆଇ ଏଟିଏମ ରୁ ହିତାଧିକାରୀ ଙ୍କୁ କଳାକନା ବୁଲାଇ ଦୁର୍ବୁତ୍ତ ଚମ୍ପଟ…

ବରଗଡ଼୧୪/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ ବରଗଡ଼- ସମ୍ବଲପୁର ୱେ ରେ ଥିବା ଗୋଡ଼ଭଗା ଏସ ବି ଆଇ ଏଟିଏମ କାଉଣ୍ଟର କୁ ନଭେମ୍ବର ୧୯ ତାରିଖ ଦିନ ଟଙ୍କା କାଢ଼ିବା ପାଇଁ ନିଲେଇ ପାଲି ଗ୍ରାମର ହିତାଧିକାରୀ ମୁକୁନ୍ଦ ସାହୁ ଆସି ଟଙ୍କା କାଢ଼ିବା ସମୟରେ କେହି ଜଣେ ଦୁର୍ବୁତ୍ତ ନିଜକୁ ସାଧୁ ସାଜି ଏଟିଏମ କାଢୁଥିବା ହିତାଧିକାରୀ ଙ୍କୁ ସହଯୋଗ ର ବାହାନା ନେଇ ଉକ୍ତ ଏଟିଏମ ରୁ ୧ହଜାର ଟଙ୍କା କାଢି ବୃଦ୍ଧା ହିତାଧିକାରୀଙ୍କୁ ତୁମ ଏଟି ଏମ ନିଅ କହି ନକଲି ଧରି ଅସଲି କୁ ନେଇ ଦୁର୍ବୁତ୍ତ ଚମ୍ପଟ ମାରିଥିଲା।

ଯାହା କିଛି ଦିନ ପରେ ହିତାଧିକାରୀ ନିଜ ପାସ ବୁକ କୁ ଅପଡେଡ କରିବା ପାଇଁ ଯାଇ ଦେଖିବା ମାତ୍ରେ ବୈଜାମୁଣ୍ଡା ଏଟିଏମ ରୁ ୨୬ ହଜାର ଓ ସମ୍ବଲପୁର ଏଟି ଏମ ରୁ ୯ଶହ ଟଙ୍କା ମୋଟ ୨୬ହଜାର ୯ଶହ ଟଙ୍କା ନିଜ ଏଟିଏମ ରୁ ଉଠାଣ ହୋଇଥିବା ଜଣାପଡିଥିଲା।ଏନେଇ ବ୍ୟାଙ୍କ ରେ ପଚରାଉଚୁରା କରିବା ସହ ଗୋଡ଼ଭଗା ଫାଣ୍ଡି କୁ ଲିଖିତ ଭାବେ ଜଣାଇବା ପାଇଁ ଯାଇଥିଲେ।କିନ୍ତୁ ପୋଲିସ ବାବୁ ଜଣକ ଇଏ ଆମ କାମ ନୁହଁ,ବ୍ୟାଙ୍କ କୁ ଯାଅ, ଆମେ କଣ କରିବୁ ବୋଲି କହିବାରୁ, ହିତାଧିକାରୀ ଜଣକ ନିରୁପାୟ ହୋଇ ଫେରିଥିଲେ । ବିଭିନ୍ନ ଲୋକଙ୍କ ପରାମର୍ଶ ଅନୁଯାୟୀ ଅତାବିରା ଥାନା ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ହୋଇ ନଥିବାରୁ ହିତାଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି।ଏହା ବ୍ୟତୀତ କୌଣସି ସୂତ୍ରରୁ ହିତାଧିକାରୀ ଖବର ପାଇ ଟଙ୍କା କାଡିବା ଓ ଦୁର୍ବୁତ୍ତ ନକଲି ଦେଇ ଅସଲି ଏଟିଏମ ନେଇ ଏକ କାର ଯୋଗେ ଚମ୍ପଟ ମାରୁଥିବା ଦୃଶ୍ୟ ସିସି କ୍ୟାମେରା ରେ କଏଦ ହୋଇଥିବା ପ୍ରକାଶ କରିଥିଲେ।

ସେୟାର କରନ୍ତୁ

Next Post

ତ୍ରିଦିନାତ୍ମକ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହା ଯଜ୍ଞ ସହ ଶ୍ରୀ ରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ...

Sat Dec 14 , 2024
ବରଗଡ଼୧୪/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ଶ୍ରୀରାମ ବାବା ମଠ ଶ୍ରୀ ମହନ୍ତ ସ୍ୱାମୀ ସନ୍ଥ ଗିରି ଙ୍କ ତତ୍ୱାବଧାନ ରେ ତ୍ରିଦିନାତ୍ମକ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ପଣ୍ଡିତ ଆଦିତ୍ୟ ମିଶ୍ର ଓ ତାଙ୍କ ସାଥି ମାନେ ପୁଜା କାର୍ଯ୍ୟ ପାଇଁ ବ୍ରହ୍ମା ବରଣ ହୋଇଥିବା ବେଳେ […]

You May Like

Pin It on Pinterest