ଶ୍ରେଷ୍ଠ ପ୍ରୁଫ-ସଂଶୋଧକଙ୍କୁ ସମ୍ମାନିତ କରି ଉଦାହରଣ ରେ ନୀହାରିକା ସ୍ମୃତି ନ୍ୟାସ…

ସଂଜୟ ଶତପଥୀ(କଟକ): କଟକର ବାଣୀ ପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡ଼ିଶା ର ବିଶିଷ୍ଟ ଓଡିଆ ଅନୁଷ୍ଠାନ ନିହାରୀକା ସ୍ମୃତି ନ୍ୟାସ,ଝାଞ୍ଜିରୀମଙ୍ଗଳା ପକ୍ଷରୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପୃଫ୍-ସଂଶୋଧକ ଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଡଃ ସଙ୍କର୍ଷଣ ମିଶ୍ର ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଡଃ ମଦନମୋହନ ଦାସ ଓ ମୂଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ର ସ୍ନାତକୋତ୍ତର ଇଂରାଜୀ ବିଭାଗ ର ପ୍ରାକ୍ତନ ମୂଖ୍ୟ ତଥା ପ୍ରଫେସର ଡ଼ଃ ଯତୀନ୍ଦ୍ର କୁମାର ନାୟକ ଯୋଗଦେଇ ଥୂଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ନ୍ୟାସ ର ବରିଷ୍ଠ ସଦସ୍ୟ ଡଃ ପବିତ୍ର କୁମାର ରଥ ଆମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ।ପରେ ପରେ ପ୍ରଦୀପ ପ୍ରଜ୍ବଳନ ସହ ବନ୍ଦେ ଉତ୍କଳଜନନୀ ଗାନ ଓ ଶ୍ରୀ କୃଷ୍ଣପ୍ରସାଦ ମହାନ୍ତି ଙ୍କ ଦ୍ଵାରା ଅତିଥିମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା।

ଅଧ୍ୟାପକ ବିଜୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ଓ ବିଷୟରେ ଡଃ ନାରାୟଣ ମହାନ୍ତି ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ। ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ ଓ ଶୁଦ୍ଧ କରିବା ରେ ମୂଖ୍ୟ କର୍ଣ୍ଣଧାର ସାଜିଥୂବା ବରିଷ୍ଠ ପ୍ରୁଫ୍-ସଂଶୋଧକ ସ୍ବର୍ଗତା ଶୈଳବାଳା ମହାପାତ୍ର ଓ ଡଃ ଶମ୍ଭୁଦୟାଲ ଅଗ୍ରୱାଲ ଙ୍କୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପୃଫ୍-ସଂଶୋଧକ ଭାବେ ନ୍ଯାସ ପକ୍ଷରୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ଦୀପକ କୁମାର ମହାନ୍ତ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ।

ଆମନ୍ତ୍ରିତ ମୂଖ୍ୟ ଅତିଥି ଜଷ୍ଟିସ ଡଃ ମଦନମୋହନ ଦାସ ଓ ମୂଖ୍ୟ ବକ୍ତା ଡଃ ଯତୀନ୍ଦ୍ର କୁମାର ନାୟକ ନିଜ ନିଜର ବକ୍ତବ୍ୟ ରେ ଓଡ଼ିଶା ଭାଷା ର ମହନୀୟତା ଓ ନିର୍ଭୁଲ ସଂଶୋଧନ କରି ଓଡ଼ିଶାକୁ ଗର୍ବାନ୍ବିତ କରିଥିବା ପ୍ରୁଫ୍-ସଂଶୋଧକ ଙ୍କୁ ଏହି ଜାତି ସଦାସର୍ବଦା ମନେରଖୂବ ଏବଂ ସବୁ ଓଡ଼ିଆ ସେଥିପାଇଁ ଗର୍ବିତ। ପ୍ରାଧ୍ୟାପକ ତୁଷାର କାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ର ଘୋଷଣା କରିଥିଲେ। ଏହି ସମାରୋହରେ ବହୁ ସାହିତ୍ୟକ, ସମାଜସେବୀ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ଫଡନାଭିସ କ୍ୟାବିନେଟ ସମ୍ପ୍ରସାରଣ......

Sun Dec 15 , 2024
ବାସ୍ତବ ବ୍ୟୁରୋ: ଆଜି (ରବିବାର) ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ ।  ନାଗପୁରରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ସୂଚନାନୁଯାୟୀ, ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ। ମନ୍ତ୍ରୀ […]

You May Like

Pin It on Pinterest