ପାରମ୍ପରିକ ରୀତିନୀତି ରେ ଗୁରୁ ପୂଜନ ସହ ପାଳିତ ହେଲା ଲରମ୍ଭା ୧୯୯୦ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ…

ବରଗଡ଼-୧୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଲରମ୍ଭା ଉଚ୍ଚ ବିଦ୍ୟାଳୟ ୧୯୯୦ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ସମାରୋହ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୁରୁ ଶିଷ୍ୟ ପରମ୍ପରା କୁ ବଜାୟ ରଖି ପାରମ୍ପରିକ ରୀତିନୀତି ରେ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୌତ ପୁର୍ବକ ଫୁଲ,ଚନ୍ଦନ ଓ ଉପ ଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ଗୁରୁ ମାନଙ୍କ ମଧ୍ୟରେ ଭାରତସରାପ,ଦିଲ୍ଲୀପ କୁମାର ସାହୁ କୈଳାଶ ଚନ୍ଦ୍ର ଦାସ,ଗଗନ ବିହାରୀ ଚିର୍ଗୁନ,ଶିକ୍ଷା କର୍ମୀ ତ୍ରିନାଥ ମହାକୁର ଓ ରଞ୍ଜିତ ବେହେରା ନିମନ୍ତ୍ରିତ ହୋଇଥିବା ବେଳେ ୧୯୯୦ ସମୟର ସ୍ମୃତି ଚାରଣ କରି ଛାତ୍ରଛାତ୍ରୀ ଓ ଗୁରୁଜୀ ମାନଙ୍କ ମଧ୍ୟରେ ଭାବ ବିନିମୟ ହେବା ସହ ଗୁରୁ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ଥିଲେ।ଛାତ୍ରଛାତ୍ରୀ ମାନେ ନିଜ ନିଜ ବିଦ୍ୟାଳୟ ସମୟର ଅନୁଭୂତି ପ୍ରକାଶ କରିଥିଲେ।ଛାତ୍ରୀ ଗାୟତ୍ରୀ କମ୍ପ ଓ ଛାତ୍ର ଶକ୍ତିଦେବ ମିଶ୍ର ସଭା ପରିଚାଳନା କରି ଥିବାବେଳେ ଗୁରୁ ମାନେ ଛାତ୍ରଛାତ୍ରୀ ମାନଙ୍କ ମଙ୍ଗଳ କାମନା କରି ସୁଭାଶିର୍ବାଦ ପ୍ରଦାନ କରିଥିଲେ।ଏଥିରେ ୨୦୨୫ ମସିହା ବନ୍ଧୁମିଳନ ପାଇଁ ପ୍ରସ୍ତାବ ଗୃହୀତ ହେବା ସହ ଏହି ଦିନ ର ସ୍ମୃତି ଚାରଣ ନିମନ୍ତେ ଛାତଛାତ୍ରୀ ଓ ଗୁରୁ ମାନଙ୍କୁ ନେଇ ଏକ ଗ୍ରୁପ ଫଟୋ ଉତ୍ତୋଳନ କରାଯାଇଥିଲା।

ସେୟାର କରନ୍ତୁ

Next Post

ପରଲୋକରେ କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ

Mon Dec 16 , 2024
ବାସ୍ତବ ବ୍ୟୁରୋ: ପରଲୋକରେ ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍‌ ଫ୍ରାନ୍ସସିସ୍‌କୋ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୦୨୩ ମସିହାରେ ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ […]

You May Like

Pin It on Pinterest